Latest Odisha News

BREAKING NEWS

ପାରା ଅଲିମ୍ପିକ୍ସ: ଜୁଡୋରେ କପିଳ ଜିତିଲେ ବ୍ରୋଞ୍ଜ

ପ୍ୟାରିସ: ପ୍ୟାରିସ ପାରା ଅଲିମ୍ପିକ୍ସରେ ଭାରତର ଶ୍ରେଷ୍ଠ ପ୍ରଦର୍ଶନ ଜାରୀ ରଖିଛି । ୮ମ ଦିନ ଜୁଡୋରେ କପିଳ ପରମାର ବ୍ରୋଞ୍ଜ ପଦକ ଜିତିବା ପରେ ଭାରତର ପଦକ ସଂଖ୍ୟା ୨୫ରେ ପଂହଚିଛି । ପୁରୁଷ ୬୦ କିଗ୍ରା ବିଭାଗରେ କପିଳ ବ୍ରାଜିଲର ଏଲିଲ୍ଟନ ଓଲିଭେରାଙ୍କୁ ସେ ପରାସ୍ତ କରି ଏହି ସଫଳତା ହାସଲ କରିଛନ୍ତି । ଭାରତ ୫ ସ୍ୱର୍ଣ୍ଣ, ୯ ରୌପ୍ୟ ଓ ୧୧ ବ୍ରୋଞ୍ଜ ପଦକ ସହ ୧୪ତମ ସ୍ଥାନରେ ରହିଛି । ଏହା ପୂର୍ବରୁ ଟୋକିଓ ଗେମ୍ସରେ ଭାରତ ତାର ଶ୍ରେଷ୍ଠ ପ୍ରଦର୍ଶନ କରି ୧୯ ପଦକ ଜିତିଥିଲା ।

କପିଳ ସେମିଫାଇନାଲରେ ଏସ ବନିତାବା ଖୋରର୍ମଙ୍କ ନିକଟରୁ ପରାଜିତ ହୋଇଥିଲେ । ଭାରତ ତୀରନ୍ଦାଜ, ଆଥଲେଟ, ବ୍ୟାଡମିଂଟନ ଓ ଜୁଡୋରେ ପ୍ରଶଂସନୀୟ ପ୍ରଦର୍ଶନ କରିଛି । ପଂଏcଟ ଟେବୁଲରେ ଚୀନ ୧୪୯ ପଦକ ସହ ପ୍ରଥମ ସ୍ଥାନରେ ରହିଛି । ଗ୍ରେଟ ବ୍ରିଟେନ ଓ ଆମେରିକା ଯଥାକ୍ରମେ ୭୮ ଓ ୬୯ ପଦକ ଜିତି ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି ।

Comments are closed.