Latest Odisha News

BREAKING NEWS

ନାମିବିଆରେ ଭୟଙ୍କର ଖାଦ୍ୟ ସଙ୍କଟ: ୧୫୦ ବନ୍ୟଜନ୍ତୁଙ୍କୁ ହତ୍ଯା, ସହାୟତା କରିବାକୁ ଅନନ୍ତଙ୍କ…

ନୂଆଦିଲ୍ଲୀ: ନାମିବିଆରେ ଭୟଙ୍କର ଖାଦ୍ୟ ସଙ୍କଟ। ଏଭଳି ସ୍ଥଳେ ବନ୍ୟଜନ୍ତୁଙ୍କୁ ମାରି ଖାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ଏହାରି ମଧ୍ଯରେ ୧୫୦ରୁ ଅଧିକ ବନ୍ୟଜନ୍ତୁଙ୍କୁ ହତ୍ୟା କରାଯାଇଛି।

ମିଳିତ ଜାତିସଂଘ ରିପୋର୍ଟ କରିଛି ଯେ ମରୁଡ଼ି କାରଣରୁ ନାମିବିଆର ଖାଦ୍ୟ ଯୋଗାଣରେ ୮୪% ହ୍ରାସ ଘଟିଛି, ଯାହା ଦେଶର ଇତିହାସରେ ସବୁଠାରୁ ଖରାପ ସ୍ତରରେ ରହିଛି।

ନାମିବିଆ ସରକାର ହତ୍ଯା ପାଇଁ ୭୦୦ରୁ ଅଧିକ ବନ୍ୟଜନ୍ତୁକୁ ଚିହ୍ନଟ କରିଛନ୍ତି। ଏହି ବନ୍ୟଜନ୍ତୁଙ୍କ ମଧ୍ୟରେ ୩୦ଟି ଜଳହସ୍ତି, ୬୦ଟି ମଇଁଷି, ୩୦୦ ଜେବ୍ରା, ୧୦୦ ବ୍ଲୁ ୱାଇଲ୍ଡ ବିଷ୍ଟ, ୮୩ ଟି ହାତୀ ଏବଂ ୧୦୦ଟି ଏଲାଣ୍ଡ ଅନ୍ତର୍ଭୁକ୍ତ।

ତେବେ ଏହା ମଧ୍ଯରେ ନାମିବିଆକୁ ସାହାର୍ଯ୍ୟ ତଥା ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ହାତ ବଢାଇ ଛନ୍ତି ଅନନ୍ତ ଅମ୍ବାନି। ତାଙ୍କ ବନତାରା ଫାଉଣ୍ଡେସନ ନାମିବିଆ ସରକାରଙ୍କୁ ପଶୁମାନଙ୍କ ହତ୍ୟା ବନ୍ଦ କରିବାକୁ ଅନୁରୋଧ କରିଛି। ଏପରିକି ପଶୁ ହତ୍ୟାକୁ ରୋକିବା ପାଇଁ ବନତାରା, ନାମିବିଆ ସରକାର ଏବଂ ସେଠାରେ ଥିବା ଅନ୍ୟ ସଂଗଠନ ସହ ମିଶି କାମ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।

Comments are closed.