Latest Odisha News

ଅଗ୍ନି-୪(୦.୯)ର ରାତ୍ରିକାଳୀନ ପରୀକ୍ଷଣ

ନୂଆଦିଲ୍ଲୀ: ଅବଦୁଲ କଲାମ ଦ୍ବୀପରୁ ଅଗ୍ନି-୪(୦.୯)ର ରାତ୍ରିକାଳୀନ ପରୀକ୍ଷଣ । ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଉଥିବା ଅଗ୍ନି-୪(୦.୯)ର ଅବଦୁଲ କଲାମ ଦ୍ବୀପରୁ ପରୀକ୍ଷଣ କରାଯାଇଛି । ଆଇସିବିଏମ ଗ୍ରୁପର ଏହି କ୍ଷେପଣାସ୍ତ୍ରର ଲକ୍ଷଭେଦ କ୍ଷମତା ୪ ହଜାର କିମି ରହିଛି । ତେବେ ପାରମାଣବିକ ଯୁଦ୍ଧାସ୍ତ୍ର ବହନ କରିପାରିବ ଏହି ଅଗ୍ନି-୪(୦.୯)।

ଆଇସିବିଏମ ଅଗ୍ନି-୪(୦.୯) ଭର୍ସନ ରାତ୍ରୀକାଳୀନ ବ୍ୟବହାରିକ ପରୀକ୍ଷା ଆଜି ୭ଟା ୫୫ ମିନିଟ୍ ସମୟରେ ପ୍ରତିରକ୍ଷା ବିଭାଗର ୪ ନମ୍ବର ଲଞ୍ଚ ପ୍ୟାଡ ଅବଦୁଲ କଲାମ ଆୟାରଲ୍ୟାଣ୍ଡରୁ କରାଯାଇଛି। ଯାହାର ଲକ୍ଷ୍ୟଭେଦ କ୍ଷମତା ୩୫୦୦ କିଲୋମିଟରରୁ ୪୦୦୦ କିଲୋମିଟର। ଏହି କ୍ଷେପଣାସ୍ତ୍ର ଉଭୟ ଅଣୁ ଓ ପାରମାଣବିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି। ୨୦ ମିଟର ଲମ୍ବ ବିଶିଷ୍ଟ ଏହି କ୍ଷେପଣାସ୍ତ୍ରର ଏକ ହଜାର କିଲୋଗ୍ରାମ ପର୍ଯ୍ୟନ୍ତ ଯୁଦ୍ଧାସ୍ତ୍ର ବହନ କରି ପାରେ। ଏହି କ୍ଷେପଣାସ୍ତ୍ର ର ଓଜନ ୧୭୦୦୦ କିଲୋଗ୍ରାମ । ଦୁଇଟି ପର୍ଯ୍ୟୟ ଦେଇ ଏହା ପ୍ରଥମେ ଭୂପୃଷ୍ଠରୁ ଆକାଶକୁ ଗତିକରିଥାଏ। ଶତ୍ରୁ ରାଷ୍ଟ୍ରର ଯେ କୌଣସି ସ୍ଥାନକୁ ଏହି କ୍ଷେପଣାସ୍ତ୍ର ସହଜରେ ଲକ୍ଷ୍ୟଭେଦ କରିପାରିବ।

Comments are closed.