Latest Odisha News

ଜଙ୍ଗଲ ମନ୍ତ୍ରୀଙ୍କ କ୍ୱାର୍ଟରରେ ସାପ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ୟୁନିଟ୍ ୬ରେ ଜଙ୍ଗଲ ମନ୍ତ୍ରୀଙ୍କୁ ଆବଣ୍ଟିତ ନୂଆ ସରକାରୀ ବାସଭବନ ଏସିଆ ୨ ରେ ବର୍ତ୍ତମାନ ରିନୋଭେସନ୍ କାମ ଚାଲୁ ଅଛି।

ସୂଚନା ଅନୁଯାୟୀ, ଆଜି ସକାଳେକର୍ମଚାରୀ ମାନେ କବାଟ ଖୋଲିବା ବେଳକୁ ଏକ ବଡ ସାପ କବାଟ ପାଖରେ ଦେଖି ଭୟଭୀତ ହୋଇ ଯାଇଥିଲେ। ପରେ ଏନେଇ ସ୍ନେକ୍ ହେଲ୍ପ ଲାଇନକୁ ଖବର ଦିଆଯାଇଥିଲା। ସ୍ନେକ୍ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ ସାପଟି ବଗିଚା ଭିତରେ ବୁଲୁଥିଲା। ଷ୍ଟାଫ୍ ମାନେ ସାପଟିକୁ ଜଗି ରହିଥିଲେ।

ସାଢେ଼ ୫ଫୁଟ ଲମ୍ବର ଢମଣା ସାପଟିକୁ ଶୁଭେନ୍ଦୁ ଉଦ୍ଧାର କରି ବ୍ୟାଗ୍ ରେ ଭର୍ତ୍ତି କରିଥିଲେ। ତେବେ ଉଦ୍ଧାର ପରେ ସାପଟିକୁ ସହର ବାହାରେ ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡ଼ି ଦିଆଯାଇଥିବା ଜଣାପଡିଛି।

 

Comments are closed.