Latest Odisha News

BREAKING NEWS

ଦୁର୍ଘଟଣା ଘଟାଇବା ପାଇଁ ଟ୍ରାକରେ ରଖୁଛନ୍ତି ସିଲିଣ୍ଡର! ଅଳ୍ପକେ ବର୍ତ୍ତିଲା ଟ୍ରେନ

କାନପୁର: ପୁଣି ଥରେ ଟ୍ରେନକୁ ଦୁର୍ଘଟଣା ଗସ୍ତ କରାଇବା ପାଇଁ ଷଡଯନ୍ତ୍ର କରିଛନ୍ତି ଦୁବୁର୍ତ୍ତ।

ସୂଚନା ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ଅନୱାର-କସଗଞ୍ଜ ମାର୍ଗରେ ଏହି ଘଟଣା ଘଟିଛି। ରେଲୱେ ଟ୍ରାକରେ ରଖାଯାଇଥିବା ଏକ ସିଲିଣ୍ଡର ସହିତ କାଲିନ୍ଦି ଏକ୍ସପ୍ରେସ ଧକ୍କା ଦେଇଥିଲା। ସୌଭାଗ୍ଯବଶତଃ ସିଲିଣ୍ଡର ବିସ୍ଫୋରଣ ନହୋଇ ଟ୍ରାକ କଡକୁ ପଡ଼ିଯାଇଥିଲା।

ଏକ୍ସପ୍ରେସର ଲୋକୋ ପାଇଲଟ୍ ତୁରନ୍ତ ବରିଷ୍ଠ ଅଧିକାରୀଙ୍କୁ ସୂଚନା ଦେଇଥିଲେ। ଖବର ପାଇ ଆରପିଏଫ, ଜିଆରପି ଏବଂ ରେଳ ବିଭାଗର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଥିଲେ। ତେବେ ଏହି ଘଟଣାରେ ବର୍ତ୍ତମାନ ଆଇବି, ଏସଟିଏଫ ଏବଂ ଏଟିଏସ୍ ଅନୁସନ୍ଧାନ କରୁଛନ୍ତି।

ଟ୍ରାକରୁ ସିଲିଣ୍ଡର ବ୍ୟତୀତ ପେଟ୍ରୋଲ, ଦିଆସିଲି ଥିବା ଏକ ବ୍ୟାଗ୍ ମିଳିଥିଲା। ଏଥିସହିତ ବ୍ୟାଗରେ ବାରୁଦ ଭଳି କିଛି ପଦାର୍ଥ ମିଳିଥିଲା ।

Comments are closed.