Latest Odisha News

କ୍ୟାଡର ନକ୍ସଲକୁ ହତ୍ୟା କଲେ ନକ୍ସଲ

ମାଲକାନଗିରି: ପୁଣି ଆଉ ଏକ ନକ୍ସଲଙ୍କର ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ତେଲୁଗୁ କ୍ୟାଡର ନକ୍ସଲ ନେତା ବିଜୟ ରେଡ୍ଡୀ ଏବଂ ତାଙ୍କ ସାଥୀ ରାଜନନ୍ଦଗାଓ-କାଙ୍କେର ବଡର ଡିଭିଜନର ଏସିଏମ ପଦସ୍ଥ ବିଜ୍ଜାଙ୍କୁ ହତ୍ୟା କରିଛନ୍ତି । ଯାହାଦ୍ବାରା ନକ୍ସଲ ସଂଗଠନରେ ଏବେ ଅନ୍ତର୍ଦ୍ବନ୍ଦ ବଢୁଥିବା ଦେଖିବାକୁ ମିଳିଛି ।

ଏହି ଘଟଣା ପରେ ପୋଲିସ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି ହୋଇଛି । ଯେଉଁଥିରେ ନକ୍ସଲଙ୍କୁ ଯଥାଶୀଘ୍ର ଆତ୍ମସମର୍ପଣ କରି ନିଜର ଜୀବନ ବଞ୍ଚାଇବାକୁ କୁହାଯାଇଛି । ଚଳିତ ବର୍ଷ ଆଜି ସେପ୍ଟେମ୍ବର ସୁଦ୍ଧା ୧୫୩ ଜଣ ନକ୍ସଲଙ୍କୁ ପୋଲିସ ଏନକାଉଣ୍ଟର କରିଥିବା ସୂଚନା ରହିଛି ।

ବସ୍ତର ଆଇଜି ସୁନ୍ଦରରାଜ ପି ପ୍ରକାଶଙ୍କ ସୂଚନା କ୍ରମେ, ଦେଶର ମାଓ ପ୍ରବଣ ରାଜ୍ୟ ଗୁଡିକ ମହାରାଷ୍ଟ୍ର, ତେଲେଙ୍ଗାନା, ଓଡିଶା ସହ ଅନ୍ୟ ରାଜ୍ୟରେ ବଡ ବଡ କ୍ୟାଡର ନକ୍ସଲ ନିହତ ହେବା ପରେ ଏବେ ସେହି ଅଞ୍ଚଳର କ୍ୟାଡର ନକ୍ସଲ ଛୋଟ ଛୋଟ ନକ୍ସଲଙ୍କ ଉପରେ ସନ୍ଦେହ କରିବା ଆରମ୍ଭ କରିଦେଇଛନ୍ତି । ଯାହାଫଳରେ ସଂଗଠନରେ ଅନ୍ତର୍ଦ୍ବନ୍ଦ ଆରମ୍ଭ ହୋଇଯାଇଛି ।

Comments are closed.