Latest Odisha News

BREAKING NEWS

ଭାଲୁକୁ କାବୁ ଉଦ୍ୟମ ବେଳେ ଫରେଷ୍ଟରଙ୍କ ଦେହରେ ବାଜିଲା ଟ୍ରାଙ୍କୁଲାଇଜର

ଢେଙ୍କାନାଳ: ଗାଁରେ ପଶି ଆତଙ୍କ ଖେଳାଇଥିବା ଭାଲୁକୁ ଟ୍ରାଙ୍କୁଲାଇଜ୍ ବେଳେ ଫରେଷ୍ଟରଙ୍କ ଦେହରେ ବାଜିଲା ନିଶ୍ଚେତକ ଡାର୍ଟ। ଭାଲୁ ଦୌଡି ଜଙ୍ଗଲକୁ ପଳାଇଥିବା ବେଳେ ଗୁରୁତର ଫରେଷ୍ଟରଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏଭଳି ଅଭାବନୀୟ ଘଟଣା ଢେଙ୍କାନାଳ ବନଖଣ୍ଡର କାମାକ୍ଷାନଗରର ପୂର୍ବାଞ୍ଚଳ ରେଞ୍ଜ କଙ୍କଡାହାଜ ସେକ୍ସନ କେରଜୁଳି ଗାଁରେ ଘଟିଛି।

ମଙ୍ଗଳାବର ଅପରାହ୍ନରେ ଏପରି ଘଟଣା ଘଟିବା ପରେ ଫରେଷ୍ଟରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଢେଙ୍କାନାଳରେ ICU ସୁବିଧା ନଥିବାରୁ SCB ଅଣାଯାଇଥିଲା। ସେଠାରେ ସେ ଚେତାଶୂନ୍ୟ ହୋଇଯାଇଥିଲେ। କଟକ ଏସସିବିରେ ଚିକିତ୍ସିତ ହେବା ପରେ ୧୦ ଘଣ୍ଟା ପରେ ଫେରିଲା ଫରେଷ୍ଟରଙ୍କ ଚେତା ଫେରିଲା ।

ସୂଚନା ଅନୁସାରେ କେରଜୋଳି ଗ୍ରାମରେ ଉପଦ୍ରବ କରୁଥବା ଭାଲୁ ଲୋକଙ୍କୁ ଆକ୍ରମଣ କରିବା ପାଇଁ ଗୋଡ଼ାଉଥିବାରୁ ଭାଲୁକୁ ନେଇ ଉକ୍ତ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଥିଲା। ତେଣୁ ଭାଲୁର ଗତିବିଧିକୁ ନିରୀକ୍ଷଣ କରି ଭାଲୁକୁ ଟ୍ରାଙ୍କୁଲାଇଜର କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ବନବିଭାଗର ଜଣେ କର୍ମଚାରୀ ଭାଲୁକୁ ଟ୍ରାଙ୍କୁଲାଇଜର କରୁଥିବା ବେଳେ ସେଠାରେ ଉପସ୍ଥିତ ଫରେଷ୍ଟର ଦୀପକ ସାହୁଙ୍କ ଦେହରେ ବାଜିଥିଲା। ଚେତା ଫେରିବା ସହ ଫରେଷ୍ଟର ଏବେ ସୁସ୍ଥ ଥିବା ସୂଚନା ରହିଛି।

Comments are closed.