Latest Odisha News

ରାଜ୍ୟରେ ତିଆରି ହେବ ୨ଶହ ଗୋଶାଳା

ଭୁବନେଶ୍ବର: ରାଜ୍ୟରେ ଦୁଇ ଶହ ଗୋଶାଳା ତିଆରି କରିବେ ସରକାର । ଗୋମାତାଙ୍କ ସୁରକ୍ଷା ପାଇଁ ୨ ଶହ ଗୋଶାଳା ନିର୍ମାଣ ହେବ । ଆଜି ବିଧାନସଭା ଗୃହରେ ମତ୍ସ୍ୟ ଓ ପଶୁ ସଂପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହି ଘୋଷଣା କରିଛନ୍ତି ।

ଏନେଇ ମନ୍ତ୍ରୀ କହିଛନ୍ତି, କୃତ୍ରିମ ପ୍ରଜନନ କରାଯାଇ ଦୁଗ୍ଧ ଉତ୍ପାଦନ ଅଧିକ କରିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି । ଏଥିପାଇଁ ସରକାର ଜିଲ୍ଲାକୁ ୨ଟି ଲେଖାଏଁ ଗାଈ ଯୋଗାଇ ଦେବାକୁ ଯୋଜନା କରିଛନ୍ତି । ଯେଉଁମାନେ କି ଅଧିକ ମାତ୍ରାରେ କ୍ଷୀର ଦେଉଥିବେ । ଏହାସହିତ ମନ୍ତ୍ରୀ ଏହାବି କହିଛନ୍ତି ଯେ, ସରକାରଙ୍କ ଯୋଜନା ରହିଛି ଯେ, ୨୦୦ଟି ଗୋଶାଳା ନିର୍ମାଣ କରାଯିବ । ଏଥିସହିତ ଗୋଶାଳା କରିବାକୁ ସବୁ ବିଧାୟକଙ୍କୁ ଅନୁରୋଧ କରିଛନ୍ତି ମନ୍ତ୍ରୀ । ଏହାସହିତ ମନ୍ତ୍ରୀ ଏହା ବି କହିଛନ୍ତି, ଯେ ଗୋଶାଳାକୁ ପ୍ରୋତ୍ସାହନ ପାଇଁ ସରକାର ଋଣ ଦେଉଛନ୍ତି । ଏନେଇ ୯୦% ଋଣ ଛାଡ଼ ବ୍ୟବସ୍ଥା ରହିଛି । ଏଥିସହିତ ଗୋଖାଦ୍ୟ ପାଇଁ ଦୈନିକ ୫୪ ଟଙ୍କା ମିଳିବ ।

Comments are closed.