Latest Odisha News

BREAKING NEWS

ଘରେ ପଶି ଦମ୍ପତିଙ୍କୁ ଛୁରାମାଡ଼ କଲା ଦୁର୍ବୃତ୍ତ

ବ୍ରହ୍ମପୁର: ବ୍ରହ୍ମପୁର ବଡ଼ବଜାର ଗୌଡ଼ସାହିରେ ଘରେ ପଶି ଦମ୍ପତିଙ୍କୁ ଛୁରାମାଡ଼ କରିଛନ୍ତି ଦୁର୍ବୁତ୍ତ । ଗତ ରାତିରେ ଘରେ ପଶି ଚୋରି କରୁଥିଲା ଦୁର୍ବୃତ୍ତ । ହେଲେ ଘର ମାଲିକଙ୍କ ନିଦ ଭାଙ୍ଗି ଯିବାରୁ ତାଙ୍କୁ ଆକ୍ରମଣ କରି ଫେରାର ହୋଇଗଲା ଦୁର୍ବୁତ୍ତ । ଆହତ ହେଲେ ସତୀଶ କୁମାର ସୁବୁଦ୍ଧି ଓ ତାଙ୍କ ସ୍ତ୍ରୀ । ସେ ଜଣେ ସୁନା ବ୍ୟବସାୟୀ ବୋଲି ଜଣା ପଡିଛି ।

ଉଭୟଙ୍କ ବେକ କାଟିବାକୁ ଉଦ୍ୟମ କରିଥିଲେ ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ଉଭୟଙ୍କୁ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଛି । ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି । ତେବେ ଆକ୍ରମଣର କାରଣ ଅସ୍ପଷ୍ଟ ରହିଛି ।

ଘଟଣାକୁ ନେଇ ସତୀଶ ସୁବୁଦ୍ଧି ବଡ଼ ବଜାର ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

Comments are closed.