Latest Odisha News

BREAKING NEWS

ଛାତରୁ ଡେଇଁ ଆତ୍ମହତ୍ୟା କଲେ ମଲାଇକାଙ୍କ ବାପା!

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ମଲାଇକା ଅରୋରାଙ୍କ ବାପାଙ୍କ ସନ୍ଦେହଜନକ ମୃତ୍ୟୁ । ୬ ତାଲା ବିଲ୍ଡିଂ ଛାତରୁ ଡେଇଁ ମଲାଇକାଙ୍କ ବାପା ଅନିଲ ଅରୋରାଙ୍କ ମୃତ୍ୟୁ । ତେବେ ଛାତ ଉପରୁ ଡେଇଁ ଅନିଲ୍ ଅରୋରା ଆତ୍ମହତ୍ୟ କରିଥିବା ଚର୍ଚ୍ଚା ।

ବୁଧବାର ମୁମ୍ବାଇ ବାଣ୍ଡ୍ରା ସ୍ଥିତ ତାଙ୍କ ବାସଭବନର ଛାତରୁ ଡେଇଁ ମଲାଇକାଙ୍କ ବାପା ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଖବର ପାଇଁ ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଏପର୍ଯ୍ୟନ୍ତ ଏହା ଆତ୍ମହତ୍ୟା କି ଆଉ କିଛି ସେନେଇ କିଛି ସ୍ପଷ୍ଟତା ମିଳିପାରିନାହିଁ ।

ତେବେ ବାପାଙ୍କ ଏହି ଘଟଣା ବେଳେ ମଲାଇକା ଘରେ ନଥିବା ସୂଚନା ମିଳିଛି । ସେପଟେ ମଲାଇକାଙ୍କ ପୂର୍ବ ସ୍ବାମୀ ଅରବାଜ ଖାନ ଓ ତାଙ୍କ ଅନ୍ୟ ବନ୍ଧୁବାନ୍ଧବ ଏ ଘଟଣା ଜାଣିବା ପରେ ତାଙ୍କୁ ଆଶ୍ବାସନା ପାଇଁ ତାଙ୍କ ଘରେ ପହଞ୍ଚିଛନ୍ତି । ତେବେ କେଉଁ କାରଣରୁ ଏଭଳି ଘଟଣା ଘଟିଲା ତାହାର ଛାନଭିନ୍ କରୁଛି ପୋଲିସ୍ ।

Comments are closed.