Latest Odisha News

BREAKING NEWS

କୁଖ୍ଯାତ ଆତଙ୍କବାଦୀ ଓସାମା ବିନ୍ ଲାଡେନର ପୁଅ ଜୀବିତ

ନୂଆଦିଲ୍ଲୀ: କୁଖ୍ଯାତ ଆତଙ୍କବାଦୀ ଓସାମା ବିନ୍ ଲାଡେନର ପୁଅ ହମଜା ଜୀବିତ। ଗୁଇନ୍ଦା ରିପୋର୍ଟ ଅନୁସାରେ, ହମଜା ଓ ତା’ର ଭାଇ ଅବଦୁଲ୍ଲା ବିନ ଲାଡେନ ସହ ମିଶି ଆତଙ୍କବାଦର ନେଟୱର୍କ ବିସ୍ତାର କରିବାରେ ଲାଗିଛି।

କୁଖ୍ଯାତ ଆତଙ୍କବାଦୀ ଓସାମା ବିନ୍ ଲାଡେନ ୧୧ ସେପ୍ଟେମ୍ବର ୨୦୦୧ରେ ଆତଙ୍କବାଦୀ ଆକ୍ରମଣ କରି ଆମେରିକାକୁ ଦୋହଲାଇ ଦେଇଥିଲା। ବିଶ୍ୱ ବାଣିଜ୍ୟ କେନ୍ଦ୍ର ସମେତ ଆମେରିକାର ଦୁଇଟି ଉଚ୍ଚ ଅଟ୍ଟାଳିକା ଉପରେ ଆକ୍ରମଣ ହୋଇଥିଲା। ଯେଉଁଥିରେ ୩୦୦୦ ଲୋକଙ୍କର ମୃତ୍ୟୁ ଘଟିଥିଲା।

ଆମେରିକା ତଥା ପୁରା ବିଶ୍ବ ଉପରେ ଏହା ସବୁଠାରୁ ବଡ ଆତଙ୍କବାଦୀ ଆକ୍ରମଣ ଥିଲା। ଏହି ଆକ୍ରମଣର ମାଷ୍ଟରମାଇଣ୍ଡ ଓସାମା ବିନ୍ ଲାଡେନଙ୍କୁ ୨୦୧୧ ମସିହାରେ ପାକିସ୍ତାନର ଆବଟ୍ଟାବାଦରେ ଆମେରିକୀୟ ଆମେରିକାର ସ୍ପେଶାଲ ଫୋର୍ସ  ହତ୍ୟା କରିଥିଲେ। ୨୦୧୯ରେ ଲାଡେନର ପୁଅ ହମଜା ବିନଙ୍କୁ ମଧ୍ୟ ହତ୍ୟା କରାଯାଇଥିବା ଖବର ମିଳିଥିଲା। କିନ୍ତୁ ଏବେ ସୂଚନା ମିଳୁଛି ଯେ ସେ ଜୀବିତ ଏବଂ ସମଗ୍ର ବିଶ୍ୱରେ ଆତଙ୍କବାଦୀ ସଂଗଠନ ଅଲ କାଏଦାକୁ ବିସ୍ତାର କରିବାରେ ଲାଗିଛି । ଏପରିକି ପଶ୍ଚିମ ଦେଶଗୁଡ଼ିକ ଉପରେ ଆକ୍ରମଣ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଛି।

ଆହୁରି ମଧ୍ଯ ସେ ଉତ୍ତର ଆଫଗାନିସ୍ତାନର କୌଣସି ସ୍ଥାନରେ ଲୁଚି ରହିଛି ଏବଂ ତାକୁ ୪୫୦ ସ୍ନାଇପର ନିରନ୍ତର ଜଗି ରହିଥିବା ରିପୋର୍ଟରୁ ପ୍ରକାଶ।

Comments are closed.