Latest Odisha News

ଆଉ ମାତ୍ର ୩ ଦିନ ପରେ ମହିଳାଙ୍କ ଖାତାକୁ ଚଢିବ ପ୍ରଥମ କିସ୍ତି, ହେଲାଣି ୫୦ ଲକ୍ଷରୁ ଅଧିକ ପଞ୍ଜୀକରଣ

ଭୁବନେଶ୍ବର: ବଢୁଛି ସୁଭଦ୍ରା କ୍ରେଜ୍ । ଦିନ ଯେତେ ଗଡି ଗଡି ଯାଉଛି ସେତିକି ପଞ୍ଜୀକରଣ ମଧ୍ୟ ବଢି ବଢି ଯାଉଛି । ଗତ ୧୨ ତାରିଖ ସୁଦ୍ଧା ପ୍ରାୟ ୫୦ ଲକ୍ଷରୁ ଅଧିକ ପଞ୍ଜୀକରଣ ହୋଇସାରିଲାଣି  । ଆସନ୍ତା ୧୭ରେ ପ୍ରଧାନମନ୍ତ୍ରୀ ମୋଦି ନିଜେ ଓଡିଶା ଗସ୍ତ କରି ତାଙ୍କ ସ୍ବହସ୍ତରେ ସୁଭଦ୍ରାର ପ୍ରଥମ କିସ୍ତିର ଶୁଭାରମ୍ଭ କରିବେ । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତି ପରିଡା ।

ଏନେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ସୁଭଦ୍ରା ପଞ୍ଜୀକରଣରେ ୧୫ ତାରିଖ ସୁଦ୍ଧା ଅର୍ଥାତ୍ ଆସନ୍ତାକାଲି ସୁଦ୍ଧା ଏକ ହାରାହାରି ଆକଳନ କରାଯିବ । ଏନେଇ କେତେ ଲୋକ କାଲି ସୁଦ୍ଧା ଫର୍ମ ପକାଇଛନ୍ତି ତାହାର ତଥ୍ୟ ମଧ୍ୟ ଆସିବ । ଏହାରି ଅନୁସାରେ ବ୍ୟାଙ୍କକୁ ଟଙ୍କା ଛଡାଯିବ । ୧୫ ତାରିଖ ସୁଦ୍ଧା ଆବେଦନ କରିଥିବା ହିତାଧିକାରୀଙ୍କୁ ୧୭ରେ ପ୍ରଥମ କିସ୍ତି ମିଳିବ ।୧୭ରେ ପ୍ରଥମ କିସ୍ତି କିଛି ମହିଳାଙ୍କୁ ମିଳିବା ପରେ ଯେପର୍ଯ୍ୟନ୍ତ ଯୋଗ୍ୟ ହିତାଧିକାରୀ ଏହାର ଲାଭ ନପାଇଛନ୍ତି ସେ ପର୍ଯ୍ୟନ୍ତ ଏହା ଚାଲୁ ରହିବ ।

ଏଥିସହିତ କାଲି ରାଜ୍ୟବ୍ୟାପୀ ୧୦ ହଜାର ରାଜସ୍ବ ଗାଁରେ ସୁଭଦ୍ରା ପଦଯାତ୍ରା କରାଯିବ । ଭୁବନେଶ୍ୱରରେ ଗିରିଦୁର୍ଗା ମନ୍ଦିରରୁ ରମାଦେବୀ ଯାଏଁ ସୁଭଦ୍ରା ପଦଯାତ୍ରା ହେବାକୁ ଥିବା ବେଳେ ସବୁ ଗାଁମାନଙ୍କରେ ମଧ୍ୟ ସେଠିକାର ଜିପିଏ ଦ୍ବାରା ପଦଯାତ୍ରା କରାଯିବ ।

Comments are closed.