Latest Odisha News

ଅଜଗରକୁ ପିଟି ପିଟି ମାରିବା ଘଟଣା: ୪ ଜଣଙ୍କୁ ବାନ୍ଧିଲା ବନବିଭାଗ

ମୟୁରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ ସ୍ଥିତ ହଳଦିଆବନ୍ଧ ରାସ୍ତାରେ ଏକ ଅଜଗରକୁ ପିଟି ପିଟି ମାରିବା ଘଟଣାରେ ଆଜି ୪ ଜଣଙ୍କୁ ଗିରଫ କରିଛି ବନବିଭାଗ ।

ତେବେ କାଠସିରସି ଗାଁ ନିକଟରେ ଏକ ପ୍ରାୟ ୧୫ ଫୁଟ ଲମ୍ବର ଅଜଗରକୁ ସେଠିକା ସ୍ଥାନୀୟ ଲୋକ ଦେଖିବା ପରେ ମାରଣାସ୍ତ୍ର ପ୍ରୟୋଗ କରି ସାପ ଟିକୁ ଆକ୍ରମଣ କରିଥିଲେ । ହଳଦିଆବନ୍ଧ ରାସ୍ତାରେ ସାପଟିକୁ ଅତି ନିର୍ମମ ଭାବରେ ପିଟି ପିଟି ତାର ଜୀବନ ନେଲା ପରେ ତାକୁ ତାକୁ ଘୋଷାଡି ଘୋଷାଡି ନେଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଏଭଳି ସ୍ପର୍ଶକାତର ଘଟଣା ଜାଣିବା ପରେ ଏହାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଥିଲା ସ୍ଥାନୀୟ ବନ ବିଭାଗ । ଘଟଣାରେ କିଏ କିଏ ଜଡିତ ଥିଲେ ସେନେଇ ତଦନ୍ତ କରି ୪ ଜଣଙ୍କୁ ଗିରଫ କରିଛି ।

Comments are closed.