Latest Odisha News

ଗଣେଶ ଭସାଣି ବେଳେ ୨ ଯୁବକଙ୍କୁ ଛୁରାମାଡ଼

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାରେ ଗଣେଶ ଭସାଣି ବେଳେ ଅଘଟଣ । ୨ ଜଣ ଯୁବକଙ୍କୁ ଛୁରାମାଡ଼ ହୋଇଛି । ଉଭୟଙ୍କ ଛାତିରେ ଗଭୀର ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ମୁତାବକ, ଆଜି ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ତରଭା ଗାଁରେ ଭସାଣି ଇତ୍ସବ ଚାଲିଥିଲା । ଏହାକୁ ବେଳେ ଦେଖିବା ବେଳେ ଜଣେ ଯୁବକ ଛୁରାମାଡ଼ କରିଛି । ଏଥିରେ ଦୁଇ ଜଣ ଯୁବକ ଗୁରୁତର ହୋଇଛନ୍ତି । ଉଭୟଙ୍କୁ ନିକଟରେ ଥିବା ଅନ୍ୟ ଯୁବକ ମାନେ ମେଡିକାଲରେ ଭର୍ତ୍ତି କରିଛନ୍ତି ।

ତେବେ କେଉଁ କାରଣରୁ ଏହି ଛୁରାମାଡ଼ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ । ତେବେ ଯୁବକ ଜଣକ ନିଶା ଖାଇ ଏଭଳି କାଣ୍ଡ ଘଟେଇଥିବା ସନ୍ଦେହ କରାଯାଉଥିବାବେଳେ, ଅଭିଯୁକ୍ତ ଜଣଙ୍କ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Comments are closed.