Latest Odisha News

ମାଗା ସୁବୁଦ୍ଧିଙ୍କ ସନ୍ଦେହଜନକ ମୃତ୍ୟୁ: ଦୋଷୀକୁ ୨୪ ଘଣ୍ଟା ଭିତରେ ହେପାଜତ ନେବାକୁ ପୋଲିସ ପ୍ରଶାସନକୁ ନିର୍ଦ୍ଦେଶ

ଖୋର୍ଦ୍ଧା: ହାଟବରଡିହ ଗାଁର ମାଗା ସୁବୁଦ୍ଧିଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ତଦନ୍ତ ନିର୍ଦ୍ଦେଶ । ଦୋଷୀକୁ ୨୪ ଘଣ୍ଟା ଭିତରେ ପୋଲିସ ହେପାଜତକୁ ନେଇ ଆଇନ୍ ଅନୁଯାୟୀ ପଦକ୍ଷେପ ନେବାକୁ ସ୍ଥାନୀୟ ପୋଲିସ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ଆଇନମନ୍ତ୍ରୀ। ସୂଚନା ଅନୁସାରେ ଖୋର୍ଦ୍ଧା ରେଳ ଡିଭିଜନ ହାଟବରଡିହ ଗ୍ରାମ ନିକଟ ରେଳ ଲାଇନ ଉପରୁ ଗତକାଲି ମାଗା ସୁବୁଦ୍ଧି ନାମକ ଜଣେ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ଗାଁ ଲୋକେ ଏହାକୁ ହତ୍ୟାକାଣ୍ଡ ଅଭିଯୋଗ କରିବା ସହ ଅଭିଯୁକ୍ତକୁ ଗିରଫ ଦାବିରେ ଜାତୀୟ ରାଜପଥ ଅବରୋଧ କରିଥିଲେ।

ଗ୍ରାମବାସୀ କୁହୁଡି ଫାଣ୍ଡି ନିକଟରେ ମୃତଦେହ ରଖି NH16 ଜାତୀୟ ରାଜପଥ ନିକଟରେ ଅବରୋଧ କରିଥିଲେ। ରାସ୍ତାର ଉଭୟ ପାର୍ଶ୍ଵରେ ଶହ ଶହ ଗାଡି ମୋଟର ଅଟକି ରହିଥିଲା। ମୃତ ଯୁବକ ଜଣକ ୨୪ ଘଣ୍ଟା ଧରି ନିଖୋଜ ଥିଲେ। କିନ୍ତୁ ପୋଲିସ ଏହି ଘଟଣାରେ କୌଣସି ତତ୍ପରତା ନଦେଖାଇବାକୁ ଗାଁ ଲୋକେ ଉତ୍ୟେକ୍ତ ହୋଇ ରାସ୍ତା ଅବରୋଧ କରିଥିଲେ। ଘଟଣା ସମ୍ପର୍କରେ ଆଇନ ମନ୍ତ୍ରୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛନ୍ତି।

ମାଗା ସୁବୁଦ୍ଧିଙ୍କ ସନ୍ଦେହ ଜନକ ମୃତ୍ୟୁ ବୋଲି ପରିବାର‌‌ ଲୋକ କୁହୁଡି଼ ଫାଣ୍ଡିରେ ଅଭିଯୋଗ କରିଥିବା ସତ୍ତ୍ୱେ ପୋଲିସର ନିଷ୍କ୍ରିୟତା ପାଇଁ ପରିବାର ବର୍ଗ ଓ ସ୍ଥାନୀୟ ଜନସାଧାରଣ ଶବ ରଖି ରାସ୍ତା ଅବରୋଧ କରି ରହିଥିଲେ। ଏହି ଖବର ପାଇ ତୁରନ୍ତ ସେଠାରେ ଆଇନମନ୍ତ୍ରୀ ପୃଥିବୀରାଜ ହରିଚନ୍ଦ ପହଞ୍ଚି ସମସ୍ତ ବିଷୟକୁ ଅନୁଧ୍ୟାନ କରି ଦୋଷୀକୁ ୨୪ ଘଣ୍ଟା ଭିତରେ ପୋଲିସ୍ ହେପାଜତକୁ ନେଇ ଆଇନ୍ ଅନୁଯାୟୀ ତୁରନ୍ତ ପଦକ୍ଷେପ ନେବା ପାଇଁ ସ୍ଥାନୀୟ ପୋଲିସ୍ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ତତ୍ ସହିତ ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ମୃତକଙ୍କ ପରିବାରବର୍ଗଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା‌।

Comments are closed.