Latest Odisha News

BREAKING NEWS

ବାଇଡେନ ଓ କମଲାଙ୍କ ଉପରକୁ ହେଉନି ଆକ୍ରମଣ?, କାହିଁକି ଏ ପ୍ରଶ୍ନ କଲେ ମସ୍କ..

ନୂଆଦିଲ୍ଲୀ: ପୁଣି ଦ୍ବିତୀୟ ଥର ପାଇଁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଗୁଳିମାଡ ହୋଇଛି । ଆଉ ପୁଣି ଥରେ ଅଳ୍ପକେ ବଞ୍ଚିଯାଇଛନ୍ତି ଟ୍ରମ୍ପ । ଏହି ଘଟଣାରେ ଜଣେ ଗିରଫ ହୋଇଛନ୍ତି । ଏହି ପୂରା ଘଟଣା କ୍ରମ ମଧ୍ୟରେ ଏବେ ଏକ୍ସ ନିର୍ମାତା ମସ୍କଙ୍କ ମନ୍ତବ୍ୟ ଚର୍ଚ୍ଚାରେ । ବିଶ୍ବର ଜଣେ ଅଗ୍ରଣୀ ବ୍ୟବସାୟୀ ତଥା ଟେସଲା ସିଇଓ ଏଲନ ମସ୍କ ନିଜ ସୋସିଆଲ ମିଡିଆ ଏକ୍ସରେ ବିବାଦୀୟ ମନ୍ତବ୍ୟ ଦେଇ କହିଛନ୍ତି, କେବଳ ଟ୍ରମ୍ପଙ୍କ ଉପରେ ହିଁ ମରଣାତ୍ମକ ଆକ୍ରମଣ କାହିଁକି ହେଉଛି? ଜୋ ବାଇଡେନ ଏବଂ କମଲା ହାରିସଙ୍କ ଉପରେ ଆକ୍ରମଣ କାହିଁକି ହେଉନାହିଁ ?

ତେବେ ମସ୍କଙ୍କ ଏହି ପୋଷ୍ଟଙ୍କୁ ଯେତିକି ସମାଲୋଚନା ମିଳିଛି ସେତିକି ସମର୍ଥନ ବି ମିଳିଛି । ଯେତେବେଳେ ମସ୍କଙ୍କ ଏକ ପୋଷ୍ଟରେ କିଛି ୟୁଜର୍ସ କମେଣ୍ଟ କରିଥିଲେ ଯେ, ସେମାନେ ଡୋନାଲ ଟ୍ରମ୍ପଙ୍କୁ କାହିଁକି ମାରିବାକୁ ଚାହୁଁଛନ୍ତି ? ବୋଲି, ଯାହାର ଉତ୍ତରରେ ମସ୍କ କହିଛନ୍ତି, ଆଉ କିଏ କାହିଁକି ବାଇଡେନ ଓ କମଲାଙ୍କୁ ହତ୍ୟା କରିବାକୁ ଚାହୁଁନାହିଁ? ତେବେ କହିରଖୁଛୁ, ଏଇ ମାସ ଜୁଲାଇରେ ମସ୍କ ଆଗାମୀ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କୁ ନିଜର ସମର୍ଥନ ଦେବେ ବୋଲି ଘୋଷଣା କରିଥିଲେ । ଯାହାକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଉପରାଷ୍ଟ୍ରପତି ତଥା ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସଙ୍କୁ ତେରଛା ଟାର୍ଗେଟ କରିଛନ୍ତି ମସ୍କ ।

ସୂଚନାଯୋଗ୍ୟ, ରବିବାର ଅପରାହ୍ଣରେ ଫ୍ଲୋରିଡୋରେ ଆମେରିକା ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ନିଜର ଏକ ଇଣ୍ଟରନେସନାଲ ଗୋଲ୍ଫ କ୍ଲବରେ ଖେଳୁଥିଲେ । ଠିକ୍ ସେହି ସମୟରେ ତାଙ୍କ ଠାରୁ ୪୦୦/୫୦୦ ମିଟର ଦୂରତାରେ ଗୁଳି ବର୍ଷା ହେବାକୁ ଲାଗିଥିଲା । ପରେ ତୁରନ୍ତ ସୁରକ୍ଷାକର୍ମୀ ଟ୍ରମ୍ପଙ୍କୁ ସୁରକ୍ଷା ଦେଇଥିଲେ । ଏଥିସହିତ ଗୁଳି ଚାଳନା କରୁଥିବା ଅଭିଯୁକ୍ତକୁ ମଧ୍ୟ କାବୁ କରିଥିଲେ ସୁରକ୍ଷା କର୍ମୀ । ଗୁଳି ଚାଳନା କରି ଅଭିଯୁକ୍ତ ଜଣଙ୍କ ଏକେ-୪୭ ବନ୍ଧୁକକୁ ଛାଡି ଫେରାର ହେବାକୁ ପ୍ରୟାସ କରିଥିବା ବେଳେ ମାଡି ବସିଥିଲେ ସୁରକ୍ଷା କର୍ମୀ । ପୂର୍ବରୁ ମଧ୍ୟ ନିର୍ବାଚନ ରାଲି ବେଳେ ଟ୍ରମ୍ପଙ୍କ ଉପରୁ ଗୁଳି ଆକ୍ରମଣ ହୋଇଥିଲା ବେଳେ ଗୁଳିଟି ଟ୍ରମ୍ପଙ୍କ କାନ ଛୁଇଁ ଚାଲିଯାଇଥିଲା । ଘଟଣାର ଦୁଇ ମାସ ବିତିବା ଭିତରେ ପୁଣି ରବିବାର ସମାନ ଘଟଣା ଘଟିଛି । ଯାହାକୁ ନେଇ ନିଜ ଏକ୍ସରେ ମନ୍ତବ୍ୟ ଦେଇଛନ୍ତି ମସ୍କ ।

ସେପଟେ କିନ୍ତୁ ଏହି ଘଟଣାକୁ ଦୃଢ ନିନ୍ଦା କରିଛନ୍ତି ଉପରାଷ୍ଟ୍ରପତି କମଲା ହାରିସ । ଟ୍ରମ୍ପଙ୍କ କିଛି କ୍ଷତି ହୋଇନଥିବାରୁ ବାଇଡେଡ଼ ଓ କମଲା ଖୁସି ବ୍ୟକ୍ତ କରିଛନ୍ତି ।

Comments are closed.