Latest Odisha News

BREAKING NEWS

ପଡିଲା ହାତଗଣ୍ଠି, ଅଦିତିଙ୍କ ସାତ ଜନ୍ମର ସାଥୀ ହେଲେ ସିଦ୍ଧାର୍ଥ

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହେଲେ ଅଦିତି ରାଓ ହାଇଦରୀ । ଅଦିତିଙ୍କ ସାତ ଜନ୍ମର ସାଥୀ ହେଲେ ସିଦ୍ଧାର୍ଥ । ମାର୍ଚ୍ଚରେ ଉଭୟଙ୍କ ନିର୍ବନ୍ଧ ସରିଥିବା ବେଳେ ଏବେ ସେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଦୁହେଁ ସିକ୍ରେଟ ଭାବେ ବିବାହ କରିଥିବା ବେଳେ ଏବେ ଦମ୍ପତିଙ୍କ ବିବାହ ଫଟୋ ସାମ୍ନାକୁ ଆସିଛି । ସୋସିଆଲ ମିଡିଆରେ ଅଭିନେତ୍ରୀ ସିଦ୍ଧାର୍ଥଙ୍କ ସହ ତାଙ୍କ ବିବାହର ପ୍ରଥମ ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ସରପ୍ରାଇଜ କରିଛନ୍ତି ।

ଭାଇରାଲ ଫଟୋରେ ଦେଖିବାକୁ ମିଳିଛି ଯେ, ବିବାହରେ କେବଳ ସେମାନଙ୍କ ପରିବାର ଏବଂ ଘନିଷ୍ଠ ସମ୍ପର୍କୀୟମାନେ ସାମିଲ ରହିଥିଲେ । ବିବାହ ସମୟରେ ଉଭୟେ ଧଳା ଏବଂ ଗୋଲ୍ଡେନ ରଙ୍ଗର ପାରମ୍ପରିକ ଆଉଟଫିଟରେ ନଜର ଆସିଛନ୍ତି । ଇନଷ୍ଟାଗ୍ରାମରେ ଅଭିନେତ୍ରୀ ନିଜର ବିବାହ ଫଟୋ ସେୟାର କରି ଏକ ହୃଦୟସ୍ପର୍ଶୀ କ୍ୟାପସନ୍ ଲେଖିଛନ୍ତି। ଅଦିତି କ୍ୟାପସନରେ ଲେଖିଛନ୍ତି, “ତୁମେ ମୋର ସୂର୍ଯ୍ୟ, ମୋର ଚନ୍ଦ୍ର ଏବଂ ମୋର ସମସ୍ତ ତାରା । ଅନନ୍ତକାଳ ପାଇଁ ମୋର ହୋଇ ରୁହ । କେବେ ବଡ଼ ହୁଅ ନାହିଁ । ଭଲପାଇବା ଏମିତି ରହୁ । ମିସେସ୍ ଏବଂ ମିଷ୍ଟର ଆଡୁ-ସିଦ୍ଧୁ ।”

 

View this post on Instagram

 

A post shared by Aditi Rao Hydari (@aditiraohydari)

ଅଦିତି ରାଓ ହାଇଦରୀ ଏବଂ ସିଦ୍ଧାର୍ଥ ୨୦୨୧ରେ ତାମିଲ ଓ ତେଲୁଗୁ ଫିଲ୍ମ ‘ମହା ସମୁଦ୍ରମ’ ରେ ଏକାଠି କାମ କରିଥିଲେ । ସେବେଠାରୁ ହିଁ ସେମାନଙ୍କର ଲଭ୍‌ ଷ୍ଟୋରି ଷ୍ଟାଟ୍‌ ହୋଇଥିଲା । ଏହା ପରେ ଅଦିତି ଏବଂ ସିଦ୍ଧାର୍ଥ ଅନେକ ଥର ଏକାଠି ନଜର ଆସିଥିଲେ । ଉଭୟ ପ୍ରାୟତଃ ଏକାଠି ରିଲ୍ କରୁଥିବା ମଧ୍ୟ ଦେଖିବାକୁ ମିଳୁଥିଲା । ତେବେ ଅଦିତି ରାଓ ହାଇଦରୀଙ୍କୁ ଫିଲ୍ମ ‘ଚିଠି’ରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା । ଏହାପରେ ସଞ୍ଜୟ ଲୀଲା ଭନସାଲୀଙ୍କ ବହୁ ପ୍ରତୀକ୍ଷିତ ୱେବ୍ ସିରିଜ୍ ‘ହିରାମଣ୍ଡି’ରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଥିଲା । ଏହା ବ୍ୟତୀତ ତାଙ୍କୁ ‘ଗାନ୍ଧୀ ଟକ୍ସ’ ଏବଂ ଲିଓନେସ୍‌ ଭଳି ପ୍ରୋଜେକ୍ଟରେ ମଧ୍ୟ ଦେଖିବାକୁ ମିଳିପାରେ ।

Comments are closed.