Latest Odisha News

କ’ଣ ୫ ବର୍ଷ ଚାଲିପାରିବ ମିଳିତ ମେଣ୍ଟ ମୋଦି ସରକାର? କହିଦେଲେ ଗଡକରୀ…

ନୂଆଦିଲ୍ଲୀ: ଏବେ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ମନ୍ତବ୍ୟ ବେଶ୍ ଚର୍ଚ୍ଚାରେ । ସେ ପ୍ରଧାନମନ୍ତ୍ରୀ ପ୍ରସ୍ତାବ ହେଉକି ମିଳିତ ମେଣ୍ଟର ଭବିଷ୍ୟତ ସବୁ ଥିଣେ ଖୋଲିକି ମତ ରଖିଛନ୍ତି ଗଡକରୀ । ଏହି ଗଲା ଶନିବାର ସେ ତାଙ୍କର ପ୍ରଧାମନ୍ତ୍ରୀ ହେବାର ିଚ୍‌ଚା ଉପରେ ମତ ରଖି କହିଥିଲେ, ମୋତେ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରସ୍ତାବ ଆସିଥିଲେ । ଜଣେ ନେତା ତାଙ୍କୁ ଏଥିପାଇଁ ସମର୍ଥନ ଦେଲେ ବୋଲି ପ୍ରସ୍ତାବ ଦେଇଥିଲେ । ହେଲେ ତାଙ୍କର ସେ ପଦ ପାଇଁ ଲୋଭ ନାହିଁ ବୋଲି କହି ପ୍ରସ୍ତାଟିକୁ ପ୍ରତ୍ୟାଖ୍ୟାନ କରିଥିଲେ ବୋଲି କହିଥିଲେ ।

ଏହି ଚର୍ଚ୍ଚା ଭିତରେ ଏକ କାର୍ଯ୍ୟକ୍ରମରେ ନ୍ୟାସନାଲ ଡେମୋକ୍ରାଟିକ ଆଲାଇନ୍ସ(ଏନଡିଏ)ର ଭବିଷ୍ୟତ, ଚଳିତ ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ସିଟ୍ ହ୍ରାସ, ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ସମେତ ଅନେକ କିଛି ଉପରେ ଦୃଷ୍ଟିପାତ କରିଥିଲେ । ଯେଉଁଥିରେ ସେ ଏହା ସ୍ପଷ୍ଟ କରିଥିଲେ ଯେ ଏବେ ବି ଲୋକେ ବିଜେପି ଉପରେ ଭରସା କରନ୍ତି ।

ତେବେ ଇଣ୍ଡିଆ ଟୁଡେର ଏକ କାର୍ଯ୍ୟକ୍ରମରେ ଯେତେବେଳେ ଗଡକରୀଙ୍କୁ ପ୍ରଶ୍ନ କରାଯାଇଥିଲା କି, ଆପଣ କହୁଛନ୍ତି ଏବେ ବି ମୋଦି ସରକାର ମଜଭୂତ ଅଛି, ହେଲେ ଏବେ ଏହା ବି ଚର୍ଚ୍ଚା ହେଉଛି କି ଏହି ସରକାର ୫ ବର୍ଷ ତିଷ୍ଠିବ ନାହିଁ, ଏହା ଉପରେ ଗଡକାରୀଙ୍କ ମତ କ’ଣ ବୋଲି.. । ଯାହା ଉତ୍ତରରେ ଗଡକରୀ କହିଥିଲେ, ବିଜେପି କିଛି ସମୟ ହେବ ପ୍ରତିଛବି ବନାମ ବାସ୍ତବତା ବଉ ବାସ୍ତବତା ବନାମ ଭାବନା, ଏହି ସବୁ ପ୍ରଶ୍ନର ସାମ୍ନା କରୁଛି । କିନ୍ତୁ ବାସ୍ତବିକତା ଏହା କି ଯେ, ଆମ ଉପରେ ଲୋକଙ୍କ ଭରସା ରହିଛି । ସେ ଦଳ ହେଉ କି ରାଜନେତା କି ବ୍ୟକ୍ତି ବିଶେଷ, କେହି ବି ସବୁ ମ୍ୟାଚରେ ଶତକ ହାସଲ କରନ୍ତିନି । କିନ୍ତୁ ଆମର ମିଳିତ ନିର୍ଣ୍ଣାୟକ ସମର୍ଥନ ସହିତ ଆମେ ଦେଶର ବିକାଶ ଦିଗରେ ବଢିବୁ ।

Comments are closed.