Latest Odisha News

BREAKING NEWS

ରାଜ୍ୟରେ ଆତଙ୍କବାଦ ବୃଦ୍ଧି ପାଇଁ ପୁଣି ଥରେ ଉଦ୍ୟମ କରାଯାଉଛି: ଶାହା

ଶ୍ରୀନଗର: ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ପାଇଁ ଚାଲିଛି ପ୍ରଚାର ପ୍ରସାର । ଦଳର ବିଭିନ୍ନ ରାଜନେତାମାନେ ପରସ୍ପରକୁ ଟାର୍ଗେଟ କରି ଭୋଟର ମାନଙ୍କୁ ଆକୃଷ୍ଟ କରିବାରେ ବ୍ୟସ୍ତ । ଏହି କ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି କିସ୍ତୱାଡରେଚାଲିଥିବା ଏକ ନିର୍ବାଚନ ରାଲିରେ ସମ୍ବୋଧିତ କରିଛନ୍ତି।

ଆୟୋଜିତ ସାଧାରଣ ସଭାକୁ ସମ୍ବୋଧିତ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଜାତୀୟ ସମ୍ମିଳନୀ ଏବଂ କଂଗ୍ରେସ ଉପରେ ନିଜ ପରିବାରର ସରକାର ଗଠନ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ ଲଗାଇଛନ୍ତି । ଏଥିସହ ଜାମ୍ମୁ କାଶ୍ମୀରରେ ସେମାନେ କ୍ଷମତାକୁ ଆସିପାରିବେ ନାହିଁ ବୋଲି ସିଧାସଳଖ କହିଛନ୍ତି ଶାହା । ଓମାର ଅବଦୁଲ୍ଲା ଏବଂ ରାହୁଲ ଗାନ୍ଧୀଙ୍କୁ ସିଧାସଳଖ ଟାର୍ଗେଟ କରି ସେ କହିଛନ୍ତି ଯେ, ରାଜ୍ୟରେ ଆତଙ୍କବାଦ ବୃଦ୍ଧି ପାଇଁ ପୁଣି ଥରେ ଉଦ୍ୟମ କରାଯାଉଛି । କିନ୍ତୁ ବିଜେପି ସରକାର ଏହାକୁ ମାଟିତଳେ ସମ୍ପୁର୍ଣ୍ଣ ଭାବରେ କବର ଦେଇଦବ ।

ଆତଙ୍କବାଦ ପ୍ରସଙ୍ଗ ଉଠାଇ ଶାହା କହିଛନ୍ତି ଯେ, କଂଗ୍ରେସ ଏବଂ ଏହାର ନେତା ରାହୁଲ ଗାନ୍ଧୀ ଜାମ୍ମୁ କାଶ୍ମୀରକୁ ପୁଣି ଆତଙ୍କବାଦ ଆଡକୁ ଠେଲିବାକୁ ଚାହୁଁଛନ୍ତି। ଯଦି ରାଜ୍ୟରେ କଂଗ୍ରେସ ଏବଂ ଏନସି ସରକାର ଆସନ୍ତି ତେବେ ଆତଙ୍କବାଦ ପୁଣିଥରେ ଆରମ୍ଭ ହେବ । ମୁଁ ଆପଣଙ୍କୁ ପ୍ରତିଶୃତି ଦେଉଛି ଯେ ଆମେ ଆତଙ୍କବାଦକୁ ପୁରାପୁରି ଭାବେ କବର ଦେବୁ । ଆମେ ଆତଙ୍କବାଦକୁ ଏପରି ସ୍ତରରେ ପୋତିବାକୁ ନିଷ୍ପତ୍ତି ନେଇଛୁ ଯେଉଁଠାରୁ ଫେରିବା ଅସମ୍ଭବ ।”

ଶାହା ଆହୁରି ମଧ୍ୟ କହିଛନ୍ତି ଯେ, ଜାମ୍ମୁ କାଶ୍ମୀର ନିର୍ବାଚନ ଉପରେ ଏବେ ନଜର ରହିଛି । ଘାଟିରେ ତିନି ପରିବାରର ଶାସନକୁ ସମାପ୍ତ କରି ପ୍ରଧାନମନ୍ତ୍ରୀ ମୋଦୀ ପଞ୍ଚାୟତ ରାଜକୁ ମଜବୁତ କରିଛନ୍ତି ଏବଂ ଧାରା ୩୭୦ ବର୍ତ୍ତମାନ ଇତିହାସର ବିଷୟ ପାଲଟିଛି । ଯାହା ଆଉ କେବେବି ଫେରିବ ନାହିଁ। ଏଥର ଘାଟିରେ ଏକ ବିଜେପି ସରକାର ଗଠନ ହେବ। ରାଜ୍ୟରେ ବିଜେପି ସରକାର ଗଠନ କରିବାରେ ସାହାଯ୍ୟ କରିବାକୁ ଜନତାଙ୍କୁ ନିବେଦନ କରିଛନ୍ତି ଶାହା ।

Comments are closed.