Latest Odisha News

ଆସନ୍ତା ୩ ଘଣ୍ଟା ପାଇଁ ଟୁଇନ୍‌ ସିଟିକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଟୁଇନ ସିଟି ଭୁବନେଶ୍ବର ଓ କଟକ ପାଇଁ ୟେଲୋ ୱାର୍ଣ୍ଣିଂ l ଘଡ଼ଘଡ଼ି ସହ ପ୍ରବଳ ବର୍ଷା ନେଇ ଆଗାମୀ ୩ ଘଣ୍ଟା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ l ଟୁଇନ୍ ସିଟି ସମେତ ଖୋର୍ଦ୍ଧା, ଜଗତସିଂହପୁର ଓ ପୁରୀକୁ ମଧ୍ୟ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ l

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିଛି । କଟକ-ଭୁବନେଶ୍ବରରେ ମଧ୍ୟ ବର୍ଷା ଲାଗି ରହିଛି । ଟୁଇନ୍‌ ସିଟିରେ ଘଡଘଡି ବର୍ଷା ହେବା ନେଇ ଓ୍ବାର୍ଣ୍ଣିଂ ଜାରି ହୋଇଛି । ଆଗାମୀ ୨/୩ ଘଣ୍ଟା ପର୍ଯ୍ୟନ୍ତ ଘଡଘଡି ସହ ବର୍ଷା ହୋଇପାରେ । ଏହି ସମୟରେ ରାସ୍ତା ଦୃଶ୍ୟମାନ ମଧ୍ୟ ନ ହୋଇପାରେ ବୋଲି ସୂଚନା ରହିଛି ।

Leave A Reply

Your email address will not be published.