Latest Odisha News

ବାୟୁ ପ୍ରଦୂଷଣ ପାଇଁ ବଢୁଛି ବ୍ରେନ ଷ୍ଟ୍ରୋକ

ନୂଆଦିଲ୍ଲୀ: ବାୟୁ ପ୍ରଦୂଷଣ ପାଇଁ ବଢୁଛି ବ୍ରେନ ଷ୍ଟ୍ରୋକ। ଦ ଲାନସେଟ୍ ସ୍ନାୟୁବିଜ୍ଞାନ ଜର୍ଣ୍ଣାଲରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ସାରା ଦେଶରେ ଷ୍ଟ୍ରୋକ ଓ ତତ୍ ସମ୍ବନ୍ଧୀୟ ମୃତ୍ୟୁ ଘଟଣା ବଢିବାରେ ଲାଗିଛି। ଯେଉଁଥିପାଇଁ ବାୟୁ ପ୍ରଦୂଷଣ, ଉଚ୍ଚ ରକ୍ତଚାପ ଏବଂ ଶାରୀରିକ ନିଷ୍କ୍ରିୟତା ଆଦି ବିପଦର କାରଣ ସାଜିଛି।

ଗବେଷକଙ୍କ ଅନୁଯାୟୀ, ଖରାପ ସ୍ୱାସ୍ଥ୍ୟ ଏବଂ ଅକାଳ ମୃତ୍ୟୁରେ ଉଚ୍ଚ ତାପମାତ୍ରାର ଅବଦାନ ୧୯୯୦ରୁ ୭୨ ପ୍ରତିଶତ ବୃଦ୍ଧି ପାଇଛି ଏବଂ ଭବିଷ୍ୟତରେ ଏହା ଆହୁରି ବୃଦ୍ଧି ହେବାର ସମ୍ଭାବନା ରହିଛି।

Comments are closed.