Latest Odisha News

ଏବେବି ବିପଦ ସଂକେତ ଉପରେ ସୁବର୍ଣ୍ଣରେଖା

ଜଳେଶ୍ବର: ଏବେବି ବିପଦ ସଂକେତ ଉପରେ ରହିଛି ସୁବର୍ଣ୍ଣରେଖା ଜଳସ୍ତର । ଗୋଟେ ପଟେ ଧିରେ ଧିରେ ବିଭିନ୍ନ ନଦୀର ଜଳସ୍ତର ଖସୁଥିବା ବେଳେ ଏବେବି ବିପଦ ସଂକେତରୁ ଖସିନି ସୁବର୍ଣ୍ଣରେଖା । ଜଳେଶ୍ବର ଜାମଶୋଳା ଘାଟ ଓ ରାଜଘାଟରେ ବିପଦ ସଂକେତ ଉପରେ ସୁବର୍ଣ୍ଣରେଖା ଜଳସ୍ତର ରହିଛଇ । ଜାମଶୋଳା ଘାଟରେ ବିପଦ ସଂକେତ ୪୯.୧୬ ମି. ଏବେ ୪୯.୭୪ ମି. ରହିଥିବା ବେଳେ ରାଜଘାଟରେ ବିପଦ ସଂକେତ ୧୦.୩୬ ମି. ଏବେ ୧୦.୬୭ ମି. ରହିଛି ।

ସେପଟେ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ତାଣ୍ଡବ ରଚିଛି ବର୍ଷା ବିତ୍ପାତ । ଲଗାଣ ବର୍ଷାରେ ନଦୀ ଫୁଲି ପାଣି ବନ୍ଧ ଉଛୁଳିଛି । ଫଳରେ ଜଳ ଘରରେ ବାଲେଶ୍ବର, ମୟୁରଭଞ୍ଜ, କେନ୍ଦୁଝର ଏବଂ ସୁନ୍ଦରଗଡ଼ ଜିଲ୍ଲାର ଅନେକ ଅଞ୍ଚଳ । ଏନେଇ ଏକ ରିପୋର୍ଟ ପ୍ରଦାନ କରିଛନ୍ତି ଏସଆରସି । ବାଲେଶ୍ବର ଜିଲ୍ଲାରେ ୫ଟି ବ୍ଲକ, ୧୪୧ଟି ଗାଁ ଏବଂ ୩୫ ହଜାର ୬୫୪ ଜଣ ଲୋକ ଏଥିରେ ପ୍ରଭାବିତ ହୋଇଥିବା ୧୧ ହଜାର ୬୩୨ ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଆଂଶିକ ଭାବେ ୧୦୨ଟି ଘର ନଷ୍ଟ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି ।

ସେହିପରି ମୟୂରଭଞ୍ଜର ଜିଲ୍ଲାର ୨୨ଟି ବ୍ଲକ, ୧୦୧ଟି ଗାଁ ଏବଂ ବାରିପଦା ସହର ମଧ୍ୟ ବନ୍ୟାରେ ପ୍ରଭାବିତ ହୋଇ ଦୁର୍ବିସହ ହୋଇପଡିଛି । ବନ୍ୟାରେ ୨୦୩୫ ଜଣ ପ୍ରଭାବିତ ହୋଇଥିବା ବେଳେ ଏଯାବତ ୧୬୦ଜଣଙ୍କୁ ସ୍ଥାନାନ୍ତର କରାଯାଇଛି । ଅନ୍ୟ ପକ୍ଷରେ କେନ୍ଦୁଝର ଜିଲ୍ଲାରେ ମଧ୍ୟ ୫ଟି ବ୍ଲକ, ୨୨ଟି ଗାଁ ଏବଂ ୧୧୬୦ ଲୋକ ବନ୍ୟା ବିତ୍ପାତରେ ପ୍ରଭାବିତ ହୋଇଛନ୍ତି ବୋଲି ରିପୋର୍ଟ ଦେଇଛନ୍ତି ଏସଆରସି ।

Leave A Reply

Your email address will not be published.