Latest Odisha News

ଚାଷୀଙ୍କୁ ଋଣ ଦେବାରେ ବ୍ୟାଙ୍କର ଅବହେଳାକୁ ପ୍ରଶୟ ଦିଆଯିବ ନାହିଁ: କୃଷି ମନ୍ତ୍ରୀ

ଭୁବନେଶ୍ୱର: ଚାଷୀଙ୍କ ପାଇଁ ଆଗକୁ ଆସିଲେ କୃଷିମନ୍ତ୍ରୀ ଡ. ଅରୁଣ କୁମାର ସାହୁ । ବ୍ୟାଙ୍କ ଗୁଡିକ ଚାଷୀ ମାନଙ୍କୁ ଋଣ ଦେବା କ୍ଷେତ୍ରରେ ଟାଳଟୁଳ ନୀତି ଧରିଲେ କୃଷି ଆୟ ଦ୍ୱିଗୁଣିତ ହେବା ସ୍ୱପ୍ନରେ ରହିଯିବ ବୋଲି କୃଷିମନ୍ତ୍ରୀ ଡ. ଅରୁଣ କୁମାର ସାହୁ ମତବ୍ୟକ୍ତ କରିଛନ୍ତି ।

ଶୁକ୍ରବାର ଦିନ କୃଷି ଭବନରେ ବ୍ୟାଙ୍କର୍ସ ମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଛି ।ଏଥିରେ ଯୋଗ ଦେଇ କୃଷି ମନ୍ତ୍ରୀ କହିଛନ୍ତି ଯେ
କୃଷିର ଉନ୍ନତି, କୃଷକ ମାନଙ୍କ ଆୟ ବୃଦ୍ଧି ଏବଂ ଉତ୍ପାଦନ ବୃଦ୍ଧି ପାଇଁ ବ୍ୟାଙ୍କ ଗୁଡିକ ସରକାରଙ୍କୁ ସହଯୋଗ କରିବା ସହିତ ଆନୁଷଙ୍ଗିକ ଋଣ ଯୋଗାଇ ଦେବା ଆବଶ୍ୟକ । ଏ କ୍ଷେତ୍ରରେ କୌଣସି ଅବହେଳାକୁ ପ୍ରଶୟ ଦିଆଯିବ ନାହିଁ ।

ରାଜ୍ୟ ଓ କେନ୍ଦ୍ର ସରକାର କୃଷକ ମାନଙ୍କ ଆୟକୁ ଦ୍ୱିଗୁଣିତ କରି ଉତ୍ପାଦନ ବୃଦ୍ଧି ପାଇଁ ଉଦ୍ୟମ କରୁଥିବା ବେଳେ ସେମାନଙ୍କୁ ଋଣ ଦେବା କ୍ଷେତ୍ରରେ ବ୍ୟାଙ୍କ ଗୁଡିକ ଅବହେଳା କରୁଛନ୍ତି । ଯାହା ଆଦୌ ଗ୍ରହଣୀୟ ନୁହେଁ ବୋଲି ମନ୍ତ୍ରୀ ଡ଼. ସାହୁ ଚେତାବନୀ ଦେଇଛନ୍ତି ।

ଆହୁରି ମଧ୍ୟ ସେ କହିଛନ୍ତି ଯେ, ବ୍ୟାଙ୍କ ଶାଖା ଗୁଡିକରେ ଋଣ ପାଇଁ ପଡି ରହିଥିବା ଆବେଦନକୁ ରିଜିଓନାଲ ମ୍ୟାନେଜର ମାନେ ନିୟମିତ ସମୀକ୍ଷା କରିବା ସହିତ ମତ୍ସ୍ୟ,କୃଷି, ଉଦ୍ୟାନ,ପଶୁପାଳନ ଓ ଆପିକଲ ନିର୍ଦ୍ଦେଶକ ମାନେ ନିଜ ସ୍ତରରେ ଋଣ ପ୍ରଦାନର ଅଗ୍ରଗତି ନେଇ ବ୍ୟାଙ୍କ ଗୁଡିକ ସହିତ ଆଲୋଚନା କରିବା ଉଚିତ ।

Leave A Reply

Your email address will not be published.