Latest Odisha News

BREAKING NEWS

ବିପଦ ସଂକତ ତଳେ ସୁବର୍ଣ୍ଣରେଖା, ହେଲେ ଏବେ ବି ବିପଦରେ ବାଲେଶ୍ବର ବାସୀ

ଜଳେଶ୍ବର: କମିଲା ସୁବର୍ଣ୍ଣରେଖା ଜଳସ୍ତର । ହେଲେ କମିନି ବାଲେଶ୍ବର ଜିଲ୍ଲାର ଅନେକ ଅଞ୍ଚଳରେ ବନ୍ୟା ବିତ୍ପାତ । ଏବେ ବି ଅନେକ ଅଞ୍ଚଳରେ ଜଳ ଭରି ରହିଥିବାରୁ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି ଲୋକେ । କିଛି ସ୍ଥାନରେ ଜଳର ପରିମାଣ କମିଥିଲେ ମଧ୍ୟ ଏବେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ ।

ତେବେ ଆଜି ବିପଦ ସଂକେତ ତଳକୁ ଖସିଛି ସୁବର୍ଣ୍ଣରେଖା । ବିପଦ ସଂକେତ ୧୦.୩୬ମି ଥିବା ବଳେ ବର୍ତ୍ତମାନ ଜଳସ୍ତର ୧୦.୦୯ମି ରହିଛି । ଯାହାର ପ୍ରଭାବରେ ବାଲେଶ୍ବରର ଜଳବନ୍ଦୀ ଥିବା ବିଭିନ୍ନ ସ୍ଥାନରେ ମଧ୍ୟ ଜଳ ପରିମାଣ କମିଥିବା ଦେଖିବାକୁ ମିଳିଛି । ହେଲେ ଏବେ ବାଲେଶ୍ବର ସ୍ଥିତି ସୁଧୁରିନି । ଉପରମୁଣ୍ଡରେ ଅଧିକ ବର୍ଷା ସହ ଝାଡ଼ଖଣ୍ଡର ଚାନ୍ଦିଲି ଡ୍ୟାମ୍ ଗାଲୁଡିହି ବ୍ୟାରେଜ ଗେଟ୍ ଖୋଲିବା ଯୋଗୁଁ  ଏବେ ବି ଜଳବନ୍ଦୀ ସ୍ଥିତି ବଜାୟ ରହିଛି। ବାଲେଶ୍ବର ଜଳେଶ୍ବର ସମେତ ୪ଟି ବ୍ଲକ ବାଲିଆପାଳ, ଭୋଗରାଇ, ବସ୍ତା  ଓ ସଦର ବ୍ଲକର ୩ ହଜାର ବର୍ଗ କିଲୋମିଟରରୁ ଅଧିକ ଅଞ୍ଚଳ ପାଣି ଘେରରେ ରହିଛି।ଗତ ୪ ଦିନ ଏବେ ବନ୍ୟା ବିତ୍ପାତରେ ଦୁର୍ବିସହ ହୋଇପହିଛି ଜନଜୀବନ । ପାଣି ଟିକେ କମିବାରୁ ବାହାରକୁ ଯାଇ ଲୋକେ ଖାଇବା କିଣି ଖାଉଛନ୍ତି । କିନ୍ତୁ ବନ୍ୟାଜଳରେ ନଳକୂପ ବୁଡିଯାଇଥିବାରୁ ପାଣିର ଘୋର ସମସ୍ୟା ଦେଖାଦେଇଛି । ଅନ୍ୟପକ୍ଷରେ ପାଣି ଘେରରେ ସ୍ବାସ୍ଥ୍ୟ ସମସ୍ୟା ଉପୁଜିଥିବାରୁ ଏହା ମଧ୍ୟ ଏବେ ଚିନ୍ତାର କାରଣ ହୋଇଛି । ବିଭିନ୍ନ ଡଙ୍ଗା ଓ ବୋର୍ଟ ମାଧ୍ୟମରେ ଲୋକେ ବିପଦଶଙ୍କୁଳ ଭାବେ ଯାତାୟତ କରୁଥିବା ଦେଖିବାକୁ ମିଳିଛି ।

ସେପଟେ ଆଗାମୀ ଦୁଇ ଦିନ ମଧ୍ୟରେ ଜଳସ୍ତର କମିଯିବ ବୋଲି ସୂଚନା ଦେଇଛନ୍ତି ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ।

Leave A Reply

Your email address will not be published.