Latest Odisha News

ନାଁ ଅପଡେଟ ପରେ କିପରି ଜାଣିବେ ଆପଣଙ୍କ ପ୍ୟାନ କାର୍ଡ ଷ୍ଟାଟସ …

ଭୁବନେଶ୍ୱର: ପ୍ୟାନ କାର୍ଡ ହେଉଛି ଏକ ଅନନ୍ୟ ପରିଚୟ ନମ୍ବର ଯାହାକି ଆୟକର ବିଭାଗ ଦ୍ୱାରା ଆର୍ଥିକ କାରବାର ଉପରେ ନଜର ରଖିବା ଉଦ୍ଦେଶ୍ୟରେ ବ୍ୟକ୍ତିବିଶେଷ ଏବଂ ସଂସ୍ଥାକୁ ପ୍ରଦାନ କରାଯାଇଥାଏ। ଏହା ଏକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଯାହା ବିଭିନ୍ନ ଆର୍ଥିକ କାର୍ଯ୍ୟକଳାପ ପାଇଁ ଆବଶ୍ୟକ। ଆୟକର ଦାଖଲ, ବ୍ୟାଙ୍କ ଆକାଉଣ୍ଟ ଖୋଲିବା ଏବଂ ଋଣ ଆବେଦନ ପାଇଁ ପ୍ୟାନକାର୍ଡ ଆବଶ୍ୟକ। ତେବେ ଯଦି ଆପଣ ଆପଣଙ୍କ ପ୍ୟାନ କାର୍ଡର ନାଁ ଅପଡେଟ କରିଛନ୍ତି ତେବେ ଅତି ସହଜରେ ଆପଣ ଘରେ ବସି ଜାଣିପାରିବେ ଯେ ଆପଣଙ୍କ ନାଁ ଅପଡେଟ ହୋଇଛି କି ନାହିଁ l ଆସନ୍ତୁ ଜାଣିବା କିପରି ଜାଣିବେ ଏବିଷୟରେ,,,

ପ୍ୟାନକାର୍ଡକୁ ସ୍ଥାୟୀ ଆକାଉଣ୍ଟ ନମ୍ବର ବୋଲି ମଧ୍ୟ କୁହାଯାଏ l ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଅଟେ l ବ୍ୟାଙ୍କରେ ୫୦ ହଜାରରୁ ଅଧିକ ଟଙ୍କା କାରବାର କରିବା ପାଇଁ ଆପଣଙ୍କୁ ପ୍ୟାନକାର୍ଡର ଆବଶ୍ୟକ ପଡିଥାଏ l ଏହା ବ୍ୟତୀତ, ଯେତେବେଳେ ଆୟକର ରିଟର୍ଣ୍ଣ ଦାଖଲ ହୁଏ ସେତେବେଳେ ମଧ୍ୟ ଆପଣଙ୍କୁ ପ୍ୟାନକାର୍ଡର ଆବଶ୍ୟକ ପଡିଥାଏ l ବିନା ପ୍ୟାନକାର୍ଡରେ ଆପଣ ଏସବୁ କାର୍ଯ୍ୟ କରିପାରିବେ ନାହିଁ l ଅନେକ ଲୋକଙ୍କର ସେମାନଙ୍କର ପ୍ୟାନ କାର୍ଡରେ ଭୁଲ୍ ନାମ ପଞ୍ଜିକୃତ ହୋଇଥାଏ l ତେଣୁ ଆପଣ ଚାହିଁଲେ ନାଁ ବଦଳେଇ ନୂତନ ନାମ ଅପଡେଟ କରିପାରିବେ l ଘରେ ବସି ଅନଲାଇନରେ ଆପଣ ଆପଣଙ୍କର ନାମ ପରିବର୍ତ୍ତନ କରିପାରିବେ l କେବଳ ସେତିକି ନୁହେଁ ଘରେ ବସି ଆପଣ ଆପଣଙ୍କ କାର୍ଡରେ ନାମ ଅପଡେଟ୍ ହୋଇଛି କି ନାହିଁ ତାହା ମଧ୍ୟ ଜାଣିପାରିବ l

ଏଥିପାଇଁ ଆପଣଙ୍କୁ ପ୍ରଥମେ NSDLର ୱେବସାଇଟକୁ ଯିବାକୁ ପଡିବ l ଏହା ପରେ ଆପଣଙ୍କୁ ‘ଟ୍ରାକ୍ ପ୍ୟାନ ଷ୍ଟାଟସ’ ଉପରେ କ୍ଲିକ୍ କରିବାକୁ ପଡିବ l ଏହା ପରେ ଆପଣଙ୍କୁ ଆପ୍ଲିକେସନ ସେକ୍ସନରୁ ‘ପ୍ୟାନ ନିଉ/ଚେଞ୍ଜ ଅନୁରୋଧ’ ଚୟନ କରିବାକୁ ପଡିବ l ଏହା ପରେ ୧୫ ଅଙ୍କ ବିଶିଷ୍ଟ ରସିଦ ନମ୍ବର ଦେବାକୁ ପଡିବ l ତା’ପରେ କ୍ୟାପଚା କୋଡ୍ ପ୍ରବେଶ କର ଏବଂ ‘ଦାଖଲ’ ଉପରେ କ୍ଲିକ୍ କର l ଏବେ ଆପଣଙ୍କ ପ୍ୟାନ କାର୍ଡ ଷ୍ଟାଟସ ଦେଖିପାରିବେ l

Leave A Reply

Your email address will not be published.