ଭୁବନେଶ୍ୱର: ଓଡ଼ିଶାରେ ନକଲି ଡାକ୍ତର ଥିବା ସ୍ୱୀକାର କରିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ।
ରାଉଲକେଲାରୁ ଏକ ନକଲି ଡାକ୍ତର ଗିରଫ ଘଟଣାରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ରଖି ମନ୍ତ୍ରୀ କହିଛନ୍ତି ଯେ, “ମୁଁ ଏହା କହୁନାହିଁ କି ଓଡ଼ିଶାରେ ନକଲି ଡାକ୍ତର ନାହାନ୍ତି” ।
ତେବେ ଏହିପରି ଭାବେ ଯେଉଁ ବ୍ୟକ୍ତିମାନେ ଡ଼ାକ୍ତରୀ ଚିକିତ୍ସା କରୁଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।
ରାଉଲକେଲାରେ ଗିରଫ ହୋଇଥିବା ନକଲି ଡାକ୍ତର ଏକ ଉଦାହରଣ । ଆଗକୁ ଯଦି ଏହିଭଳି ଘଟଣା ଆମ ନଜରକୁ ଆସେ ତେବେ ଏହା ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ତେବେ ଏହିଭଳି ଘଟଣା ଗୁଡ଼ିକର ସନ୍ଧାନ ଲଗାଇବା ପାଇଁ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି । ଏହି ଟିମର ସିଫାରିସ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।
Comments are closed.