Latest Odisha News

BREAKING NEWS

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଅତିଶୀ

ନୂଆଦିଲ୍ଲୀ: ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ଆମ୍ ଆଦମୀ ପାର୍ଟି ନେତା ଅତିଶୀ। ଶନିବାର ଦିନ ସେ ରାଜ ନିବସ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶପଥ ଗ୍ରହଣ କରିଛନ୍ତି। ଦିଲ୍ଲୀର ଉପ ରାଜ୍ୟପାଳ ବିନୟ କୁମାର ସକ୍ସେନା ତାଙ୍କୁ ଶପଥ ପାଠ କରାଇଛନ୍ତି।

ତାଙ୍କ ସହ ଆପ୍ ବିଧାୟକ ଗୋପାଳ ରାୟ, ସକୈରଭ ଭରଦ୍ୱାଜ, କୈଳାଶ ଗେହଲଟ୍, ଇମ୍ରାନ ହୁସେନ୍ ଏବଂ ମୁକେଶ ଅହଲୱତ ମଧ୍ଯ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି।

ଏହା ସହ ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ହେଲେ ଆତିଶୀ। ପୂର୍ବରୁ ସୁଷମା ସ୍ୱରାଜ ଓ ଶୀଲା ଦୀକ୍ଷିତ ମଧ୍ଯ ମୁଖ୍ୟମନ୍ତ୍ରୀ ଆସନ ଅକ୍ତିଆର କରିଥିଲେ।

ସୂଚନା ଅନୁଯାୟୀ, ଦିଲ୍ଲୀ ସରକାରଙ୍କ କ୍ୟାବିନେଟରେ ୭ ଜଣ ସଦସ୍ୟ ଥିବାବେଳେ ବର୍ତ୍ତମାନ ସୁଦ୍ଧା ଜଣ ସଦସ୍ୟ ରହିଛନ୍ତି। ତେବେ ଏହି କ୍ୟାବିନେଟରେ ସପ୍ତମ ସଦସ୍ୟ କିଏ ହେବେ ସେନେଇ କଳ୍ପନା ଜଳ୍ପନା ଜାରି ରହିଛି।

Comments are closed.