Latest Odisha News

ପୁଣି ଟ୍ରେନ ଲାଇନଚ୍ୟୁତ ପାଇଁ ବଡ ଷଡଯନ୍ତ୍ର

କାନପୁର: ପୁଣି ବଡ ଦୁର୍ଘଟଣାରୁ ବର୍ତ୍ତିଲା ଆଉ ଏକ ଟ୍ରେନ୍ । ଉତ୍ତରପ୍ରଦେଶ କାନପୁରରେ ପୁଣି ଥରେ ଟ୍ରେନ୍ ଦୁର୍ଘଟଣା ପାଇଁ ରଚାଯାଇଥିଲା ବଡ ଷଡଯନ୍ତ୍ର । କାନପୁର ଦେହାତ ଜିଲ୍ଲାରେ ପେରମ୍ବୁର ଷ୍ଟେସନ ରେଳ ଧାରଣାରୁ ସିଲିଣ୍ଡର ଠାବ ହୋଇଛି । ଯାହାକୁ ଦେଖିବା ପରେ କାନପୁରରୁ ପ୍ରୟାଗରାଜ ଯାଉଥିବା ଟ୍ରେନ ଅଟକାଇ ଦେଇଥିଲେ ପାଇଲଟ । ଫଳରେ ଏକ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲା ଟ୍ରେନଟି ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ନର୍ଥନ ସେଣ୍ଟ୍ରାଲ ରେଲଓ୍ବେର ପ୍ରୟାଗରାଜ ଡିଭିଜନର ପେରମ୍ଭୁ ରେଲଓ୍ବେ ଷ୍ଟେସନର ପାଖ ରେଲଓ୍ବେ ଟ୍ରାକରେ ଏକ ସିଲିଣ୍ଡର ପଡିଥିବାର ନଜର ଆସିଛି । ଏହା ବାଟ ଦେଇ ଏକ ମାଲବାହୀ ଟ୍ରେନ ଗତି କରିଥିବା ବେଳେ ପାଇଲଟ ଟ୍ରାକରେ ସିଲିଣ୍ଡର ଦେଖି ଏମର୍ଜେନ୍ସି ବ୍ରେକ୍ ଲଗାଇ ଅଟକିଯାଇଥିଲେ । ପରେ ଏନେଇ ଅଧିକାରୀଙ୍କୁ ସୂଚନା ଦେଇଥିଲେ । ତେବେ ଘଟଣାରେ ସିଲିଣ୍ଡର ସମେତ ନିକଟ ଟ୍ରାକରେ କିଛି ବତଅର କ୍ରେନ୍ ଜବତ କରାଯାଇ ଆରପିଏଫ ଦ୍ବାରା ଏହାର ତଦନ୍ତ କରାଯାଉଛି । ଏଥିସହିତ ସ୍ଥାନୀ ପୋଲିସଙ୍କୁ ମଧ୍ୟ ଘଟଣା ବିଷୟରେ ସୂଚାଇ ଦିଆଯାଇଛି ।

ତେବେ କହିରଖୁଛୁ, ଗତ ୮ ତାରିଖରେ ମଧ୍ୟ କାନପୁରରେ ଏଭଳି ଷଡଯନ୍ତ୍ର ରଚାଯାଇଥିଲା । କାନପୁର କାଳିନ୍ଦି ଏକ୍ସପ୍ରେସ ପ୍ରୟାଗରାଜରୁ ଭିଓ୍ବାନୀ ଯାଇଥିବା ବେଳେ ଟ୍ରାକରେ ଥିବା ସିଲିଣ୍ଡର ସହ ମାଡ ହୋଇଥିଲା । ଏହାର କିଛି ବଗି ବିଚ୍ୟୁତ ହୋଇଥିବା ବେଳେ ଅଲ୍ପକେ ବଞ୍ଚିଯାଇଥିଲେ ଯାତ୍ରୀ । ଖାଲି ସେତିକି ନୁହେଁ ଟ୍ରାକ ପାଖରୁ ପେଟ୍ରୋଲ ଓ ଦିଆସିଲି ମଧ୍ୟ ମିଳିଥିଲା । ଯାହାର ଏନଆଇଏ ଯାଞ୍ଚ କରୁଛି । ତେବେ ଏହା ଛଡା ଆଗରୁ ମଧ୍ୟ ବିଭିନ୍ନ ଟ୍ରାକରେ ଏଭଳି ବିଭିନ୍ନ ଜିନିଷ ରଖି ଟ୍ରେନ୍ ଦୁର୍ଘଟଣା କରିବା ପାଇଁ ଉଦ୍ୟମ କରାଯାଇଛି ।

ତେବେ ଏହା ଆତଙ୍କୀ କାର୍ଯ୍ୟକଳାପ ବୋଲି ସନ୍ଦେହ କରାଯାଉଥିବା ବେଳେ ଏନେଇ ଏପର୍ଯ୍ୟନ୍ତ କିଛଇ ସ୍ପଷ୍ଟିକରଣ ମିଳିନାହିଁ । ଯାହା ଏବେ ରେଳ ବିଭାଗ କାର୍ଯ୍ୟ ଉପରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Leave A Reply

Your email address will not be published.