Latest Odisha News

ବିଜେଡିର ୬ ଘଣ୍ଟିଆ ବନ୍ଦ ଡାକରା

ଭୁବନେଶ୍ବର: ବନ୍ଦ ଡାକରା ଦେବ ବିଜେଡି । ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାର ପ୍ରତିବାଦ କରି ଆସନ୍ତା ୨୪ ତାରିଖ ଅର୍ଥାତ୍ ମଙ୍ଗଳବାର ୬ ଘଣ୍ଟିଆ ଭୁବନେଶ୍ବର ବନ୍ଦ ଡାକରା ଦେବ ବିଜେଡି । ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର ।

ତେବେ ଏନେଇ ଦେବୀ ମିଶ୍ର କହିଛନ୍ତି, ମହିଳା ସୁରକ୍ଷା ରାଜ୍ୟରେ ବିପର୍ଯ୍ୟସ୍ତ ହୋଇଛି । ସେନା ଅଧିକାରୀ ପୋଲିସ ବିବାଦ ପ୍ରସଙ୍ଗରେ ସେନା ଅଧିକାରୀ ଏବଂ ତାଙ୍କ ବାନ୍ଧବୀଙ୍କୁ ନ୍ୟାୟ ଦାବି ଏବଂ ସରକାରଙ୍କ ଉଦାସୀନତାକୁ ବିରୋଧ କରି ଆସନ୍ତା ମଙ୍ଗଳବାର ଭୁବନେଶ୍ୱର ଓ ସଲଗ୍ନ ଅଞ୍ଚଳରେ ବିଜେଡି ପକ୍ଷରୁ ବନ୍ଦ ପାଳନ କରାଯିବ । ମଙ୍ଗଳବାର ସକାଳ ୬ଟାରୁ  ଦିନ ୧ଟା ଯାଏଁ ବନ୍ଦ ପାଳିବ ବିଜେଡି ।

Leave A Reply

Your email address will not be published.