Latest Odisha News

‘ସିଂଘମ ଏଗେନ’ରେ ଚୁଲବୁଲ ପାଣ୍ଡେଙ୍କ ହେବ କି ଏଣ୍ଟ୍ରି !

ମୁମ୍ବାଇ: ସିଂଘମ ଫ୍ରାଞ୍ଚାଇଜର ଭାଗିଦାରୀ ହେବାକୁ ଯାଉଛନ୍ତି କି ଚୁଲବୁଲ ପାଣ୍ଡେ? ରୋହିତ ଶେଟ୍ଟୀଙ୍କ ସଂଘମ ଏଗେନ ଦିପାବଳୀ ଅବସରରେ ରିଲିଜ ହେବାକୁ ଯାଉଛି। ଏଥିଲାଗି ପ୍ରସ୍ତୁତି ଜୋରସୋର ଚାଲିଛି। ଏହାକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ଭରି ରହିଥିବା ବେଳେ ଫିଲ୍ମର ଟ୍ରେଲର ପାଇଁ ଅପେକ୍ଷାରେ ଅଛନ୍ତି ଦର୍ଶକ। ଏହାରି ଭିତରେ ସୋସିଆଲ ମିଡ଼ିଆରେ ଏହି ଖବର ଆସୁଛି କି ‘ଦବଙ୍ଗ’ ଫ୍ରାଞ୍ଚାଇଜର ଆଇକନିକ ଭୂମିକା ଚୁଲବୁଲ ପାଣ୍ଡେ ଅପକମିଂ ଫିଲ୍ମ ସିଂଘମ ଏଗେନରେ ନଜର ଆସିପାରନ୍ତି।

ଏକ ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି କି ଏହି ଖବର ମିଥ୍ୟା। ଏହି ଫିଲ୍ମରେ ଚୁଲବୁଲ ପାଣ୍ଡେଙ୍କ ଏଣ୍ଟ୍ରି ଖବର ଗୁଜବ ଅଟେ। ଚୁଲବୁଲ ପାଣ୍ଡେଙ୍କ ସିଂଘମର ଭାଗିଦାରୀ ହେବାର ଯାହା ବି କାହାଣୀ ଅଛି ତାହା ମିଥ୍ୟା ବୋଲି ଜାଣାପଡିଛି। କୌଣସି ବି ପ୍ରଡକ୍ସନ ହାଉସ ଏହି ବିଷୟରେ ଘୋଷଣା କରିନାହାନ୍ତି ।

ସୂଚନା ମୁତାବକ ଫିଲ୍ମ ମେକର୍ସଙ୍କ ତରଫରୁ ଏବେ ପର୍ଯ୍ୟନ୍ତ କୌଣସି ଅଫିସିଆଲ୍ ଘୋଷଣା କରାଯାଇନାହିଁ। ସୂଚନା ଥାଉକି ଅଜୟ ଦେବଗାନଙ୍କ ସିଙ୍ଘମ୍ ସହିତ କାର୍ତ୍ତିକ ଆର୍ଯ୍ୟନଙ୍କ ଭୁଲ୍ ଭୁଲେୟା ୩ ର କଡ୍ଡା ଟକ୍କର ହେବାକୁ ଯାଉଛି। କାର୍ତ୍ତିକଙ୍କ ଫିଲ୍ମ ବିଷୟରେ ମଧ୍ୟ ମହୋଲ ସ୍ଥିର ହୋଇଛି। ଏଭଳି ପରିସ୍ଥିତିରେ ରୋହିତ ଶେଟ୍ଟୀ କୌଣସି ସୁଯୋଗ ନେବାକୁ ଚାହୁଁନାହାଁନ୍ତି। ଏହି କାରଣରୁ ସେ ଯେଉଁଠାରେ ବି ସାମାନ୍ୟ ଅଭାବ ଅନୁଭବ କରୁଛନ୍ତି, ସେ ତୁରନ୍ତ ଏହାକୁ ପରିବର୍ତ୍ତନ କରିବାକୁ ସ୍ଥିର କରୁଛନ୍ତି।

Leave A Reply

Your email address will not be published.