Latest Odisha News

ପୁଣି ରିଲିଜ ହେଲା ଫିଲ୍ମ ‘ଭୀର ଜାରା’, ଶହେ କୋଟି ଆୟ କରି ରଚିଲା ଇତିହାସ

ମୁମ୍ବାଇ: ପୁଣି ରିଲିଜ ହେଲା ୨୦ ବର୍ଷ ପୁରୁଣା ଫିଲ୍ମ ‘ଭୀର ଜାରା’। ବଲିଉଡ ତାରକା ଶାହାରୁଖ ଖାନ ଏବଂ ପ୍ରୀତି ଜିଣ୍ଟାଙ୍କ ଅଭିନୀତ ଏହି ଫିଲ୍ମ ପ୍ରେକ୍ଷାଳୟରେ ରିଲିଜ୍ ପରେ ମଧ୍ୟ ବକ୍ସ ଅଫିସରେ ଇତିହାସ ସୃଷ୍ଟି କରିଛି। ୟଶ ଚୋପ୍ରାଙ୍କ ନିର୍ଦ୍ଦେଶିତ ଫିଲ୍ମ ଭୀର ଜାରା ବକ୍ସ ଅଫିସରେ ୧୦୦ କୋଟି ଟଙ୍କା ବ୍ୟବସାୟ କରି ଧମାକା କରିଛି।

୨୦୦୪ ମସିହାରେ ଫିଲ୍ମ’ଭୀର ଜାରା’ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ଲଭଷ୍ଟୋରୀ, ଯାହା ଆଜି ବି ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି। ଚଳଚ୍ଚିତ୍ରର ଗୀତଗୁଡ଼ିକ ଏବେ ମଧ୍ୟ ଲୋକଙ୍କ ମନରେ ରହିଛି। ସେପ୍ଟେମ୍ୱର ୧୩ରେ ରିଲିଜ ହୋଇଛି ଏହି ଫିଲ୍ମ। ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ‘ଭୀର ଜାରା’ କଲେକ୍ନସ ସେୟାର କରିଛନ୍ତି। ଏହି ଚଳଚ୍ଚିତ୍ର ୨୦୩ ପ୍ରେକ୍ଷାଳୟରେ ଚାଲିଥିବା ବେଳେ ଫିଲ୍ମଟି ଦ୍ୱିତୀୟ ସପ୍ତାହରେ ପ୍ରବେଶ କରିଛି। ଏହି ଚଳଚ୍ଚିତ୍ରଟି ଜାତୀୟ ସିନେମା ଦିବସରେ ୯୯ ଟଙ୍କାରେ ମଧ୍ୟ ଦେଖିବାକୁ ମିଳିଛି।

ପ୍ରଥମ ସପ୍ତାହରେ ଏହି ଫିଲ୍ମ ୧୦୦ କୋଟି କ୍ଲବରେ ଏଣ୍ଟ୍ରି ମାରିଛି। ତରଣ ଆଦର୍ଶଙ୍କ ରିପୋର୍ଟ ଅନୁଯାୟୀ, ‘ଭୀର ଜାରା’ ପ୍ରଥମ ଦିନରେ ୨୦ ଲକ୍ଷ, ଦ୍ୱିତୀୟ ଦିନରେ ୩୨ ଲକ୍ଷ, ତୃତୀୟ ଦିନରେ ୩୮ ଲକ୍ଷ, ଚତୁର୍ଥ ଦିନରେ ୨୦ ଲକ୍ଷ, ପଞ୍ଚମ ଦିନରେ ୧୮ଲକ୍ଷ, ଷଷ୍ଠ ଦିନରେ ୧୫ ଲକ୍ଷ ଟଙ୍କା କଲେକ୍ସନ କରିଛି । ସେହିପରି ସପ୍ତମ ଦିନରେ ୧୪ ଲକ୍ଷ ଆୟ କରିଛି। ତେବେ ଫିଲ୍ମଟି ମୋଟେ ଘରୋଇ ବକ୍ସ ଅଫିସରେ ୧.୫୭ କୋଟି ଟଙ୍କା କଲେକ୍ସନ କରିଛି ଏବଂ ଏହି ଚଳଚ୍ଚିତ୍ର ସାରା ବିଶ୍ୱରେ ୧୦୦କୋଟି ଟଙ୍କା ଆୟ କରିବାରେ ସଫଳ ହୋଇଛି।

Leave A Reply

Your email address will not be published.