Latest Odisha News

ମୋର୍ଣ୍ଣେଙ୍କ ଶତକ: ଗୁଜରାଟ ଗ୍ରେଟ୍ସ ନିକଟରୁ ଟୋୟାମ ହାଇଦ୍ରାବାଦ ପରାସ୍ତ

ଯୋଧପୁର: ଚଳିତ ଲିଜେଣ୍ଡସ ଲିଗ କ୍ରିକେଟରେ ମୋର୍ଣ୍ଣେ ଭ୍ୟାନ ୱିକଙ୍କ ବିସ୍ଫୋରକ ଶତକ ସହାୟତାରେ ଗୁଜରାଟ ଗ୍ରେଟସ ୮ ୱିକେଟରେ ଟୋୟାମ ହାଇଦ୍ରାବାଦକୁ ପରାସ୍ତ କରିଛି । ମ୍ୟାଚ ଶେଷ ଓଭର ପର୍ଯ୍ୟନ୍ତ ଯାଇଥିଲା । ହାତରେ ଆଉ ୩ଟି ବଲ ବାକିଥିବା ବେଳେ ଗୁଜରାଟ ମ୍ୟାଚରେ ବିଜୟ ହାସଲ କରିଥିଲା । ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ଟିମ ୭ ୱିକେଟ ବିନିମୟରେ ୧୭୨ ରନ ସଂଗ୍ରହ କରିଥିଲା । ସୁରେଶ ରାଇନା ୪୪, ପି ଟ୍ରେଗୋ ୨୫ ବଲରୁ ଦ୍ରୁତ ୩୬ ରନ ସଂଗ୍ରହ କରିଥିଲେ । ଲିୟାମ ପ୍ଲଙ୍କେଟ ଓ ମାନନ ଶର୍ମା ୨ଟି ଲେଖାଏଁ ୱିକେଟ ନେଇଥିଲେ । ଜବାବରେ ଗୁଜରାଟ ଗ୍ରେଟସ ୧୯.୩ ଓଭରରେ ୨ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା ।

ମୋର୍ଣ୍ଣେ ୬୯ ବଲରୁ ୧୧୫ ରନ କରି ଅପରାଜିତ ରହିଥିଲେ । ଶିଖର ଧାୱନ ୨୧ ଓ ଲେଣ୍ଡଲ ସିମନ୍ସ ୨୦ ରନ କରିଥିଲେ । ଇର୍ସୁ ଉଡାନା ଓ ଗୁରକୀରଟ ସିଂ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ହାଇଦ୍ରାବାଦ ଟିମ କ୍ରମାଗତ ୨ଟି ମ୍ୟାଚରେ ପରାଜିତ ହୋଇ ଅସୁବିଧାରେ ପଡିଛି । ଗୁଜରାଟ ଟିମ ତାର ପରବର୍ତୀ ମୁକାବିଲାରେ ସୋମବାର ସଦର୍ଣ୍ଣ ସୁପର ଷ୍ଟାର୍ସକୁ ଭେଟିବ ।

Leave A Reply

Your email address will not be published.