Latest Odisha News

BREAKING NEWS

ଭରତପୁର ଥାନା ମାମଲା: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସେନା ଅଧିକାରୀ ଓ ବାନ୍ଧବୀ

ଭୁବନେଶ୍ବର: ଭରତପୁର ମାମଲା ଦିନକୁ ଦିନ ତେଜିବାରେ ଲାଗିଛି । ବାସ୍ତବରେ ସେଦିନ ରାତିରେ କ’ଣ ଘଟିଥିଲା? ପୋଲିସ୍ ସତ କହୁଛନ୍ତି ନା ପୀଡିତା ସତ କହୁଛନ୍ତି? ପୀଡିତା ଗୁରୁତର ଆହତ କିପରି ହେଲେ? ଏମିତି ଅନେକ ପ୍ରଶ୍ନ ଏବେ ଓଡିଶାବାସୀଙ୍କ ମନରେ ଉଙ୍କି ମାରୁଛି । ଏହାକୁ ନେଇ ଚାରିଆଡୁ ଚାପ ପଡିବା ପରେ ସରକାର ମଧ୍ୟ ତୁରନ୍ତ ଆକ୍ସନ ନେଇଛନ୍ତି । ଏନେଇ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସରକାର । ଯେହେତୁ ଏହି ଘଟଣାରେ ପୋଲିସ୍ ହିଁ ଅଭିଯୁକ୍ତ ତେଣୁ ନିରପେକ୍ଷ ତଦନ୍ତ ପାଇଁ ନ୍ୟାୟିକ ବ୍ୟବସ୍ଥା ହାତକୁ ଘଟଣାକୁ ଟେକି ଦେଇଛନ୍ତି ସରକାର ।

ଏହାରି ଭିତରେ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଛନ୍ତି ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀ । ସେମାନଙ୍କ ସହିତ ବାନ୍ଧବୀଙ୍କ ବାପା ଓ କିଛି ସେନା ଅଧିକାରୀ ମଧ୍ୟ ଉପସ୍ଥିତ ରହିଛନ୍ତି । ଏଥିସହିତ ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ ଏବଂ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଉପସ୍ଥିତ ରହିଛନ୍ତି ।

ସେପଟେ ସରକାର ଘଟଣାର ବିଚାର ବିଭାଗର ତଦନ୍ତ ନିର୍ଦ୍ଦେଶ ଦେବା ପରେ ଏନେଇ ସପ୍ତାହକ ମଧ୍ୟରେ ତଦନ୍ତ ଆରମ୍ଭ ହେବ ବୋଲି କହିଛନ୍ତି ନ୍ୟାୟିକ ତଦନ୍ତର ଅଧ୍ୟକ୍ଷ ଜଷ୍ଟିସ ଚିତ୍ତରଞ୍ଜନ ଦାଶ ।

Leave A Reply

Your email address will not be published.