Latest Odisha News

ରାସ୍ତାରେ ଯାଉଥିବା ବୃଦ୍ଧଙ୍କ ମୁହଁରେ ସ୍ନୋ ସ୍ପ୍ରେ କଲେ ଯୁବକ, ବାନ୍ଧିଲା ପୋଲିସ

ରିଲ୍ସ କରିବାକୁ ଯାଇ ବନ୍ଧା ହେଲେ ଯୁବକ

ଝାନ୍ସୀ: ଝାନ୍ସୀରେ ଜଣେ ଯୁବକ ସୋସିଆଲ ମିଡିଆରେ ରିଲ୍ସ କରିବାକୁ ଯାଇ ରାସ୍ତାରେ ଯାଉଥିବା ବୃଦ୍ଧଙ୍କ ମୁହଁରେ ସ୍ନୋ ସ୍ପ୍ରେ କରିବାକୁ ପଛାଇ ନାହାଁନ୍ତି।

ସୂଚନା ଅନୁଯାୟୀ, ଯୁବକ ଜଣକ ନିଜ ବନ୍ଧୁଙ୍କ ସହ ବାଇକରେ ଆସିଥିଲେ ଏବଂ ବୃଦ୍ଧଙ୍କ ମନା ସତ୍ତ୍ବେ ତାଙ୍କ ଉପରକୁ ସ୍ନୋ ସ୍ପ୍ରେ କରିଥିଲେ। ଏହା ପରେ ଉଭୟ ଯୁବକ ହସି ହସି ଆରାମରେ ଚାଲିଯାଇଥିଲେ। ଏହାର ଏକ ଭିଡିଓ କରି ଯୁବକ ଜଣକ ଇନଷ୍ଟାଗ୍ରାମରେ ଅପଲୋଡ୍ କରିଥିଲେ। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ କଡା ନିନ୍ଦା କରିଛନ୍ତି ୟୁଜର୍ସ। କାରଣ ଏଭଳି କରିବା ଦ୍ବାରା ବୃଦ୍ଧଙ୍କ ଜୀବନ ମଧ୍ଯ ଯାଇପାରିଥାନ୍ତା।

ଭିଡିଓ ଭାଇରାଲ ହେବା ପରେ ଝାନ୍ସୀ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଅଭିଯୁକ୍ତକୁ ଗିରଫ କରିଥିଲା। ଝାନ୍ସୀର ନବାବାଦ ଥାନା ନିକଟ ସିପିରି ବଜାର ଓଭରବ୍ରିଜ ନିକଟରେ ଏହି ଘଟଣା ଘଟିଛି। ସୌଭାଗ୍ୟବଶତଃ ଏଥିରେ କୌଣସି ଦୁର୍ଘଟଣା ଘଟିନାହିଁ।

ଏହି ପ୍ରସଙ୍ଗରେ ଏସପି ସିଟି ଜୟନେନ୍ଦ୍ର କୁମାର ସିଂ କହିଛନ୍ତି ଯେ ବୃଦ୍ଧଙ୍କ ସହ ଏଭଳି ବ୍ୟବହାର କରିଥିବା ଯୁବକଙ୍କୁ ଗିରଫ କରାଯାଇଛି। ମାମଲା ରୁଜୁ ପରେ ଜେଲ ପଠାଇ ଦିଆଯିବ।

 

Leave A Reply

Your email address will not be published.