Latest Odisha News

ରୁକ୍ସାନା ବାନୋ ମୃତ୍ୟୁ ଘଟଣା: ପୋଲିସ ତଦନ୍ତରେ ବାଧା ଦେଲେ ପରିବାର ଲୋକେ

ଭବାନୀପାଟଣା: ସମ୍ବଲପୁରୀ ଗାୟିକା ରୁକ୍ସାନା ବାନୋ ମୃତ୍ୟୁ ଘଟଣା l ପୋଲିସ ତଦନ୍ତରେ ବାଧା ଦେଲେ ରୁକ୍ସାନାଙ୍କ ପରିବାର ଲୋକେ l କବର ଖୋଳି ରୁକ୍ସାନାଙ୍କ ଶବ ବାହାର କରିବାକୁ ସଫା ସଫା ମନା କରିଦେଲେ ରୁକ୍ସାନାଙ୍କ ମା’ l ତେଣୁ ତଦନ୍ତ ନକରି ପୋଲିସଙ୍କ ସହ ମାଜିଷ୍ଟ୍ରେଟ୍‌ ଫେରିଯାଇଥିବା ସୂଚନା ମିଳିଛି l

ସୂଚନା ଅନୁସାରେ, ଗତ ୧୫ ଦିନ ତଳେ ଏକ ଆଲବମ ସୁଟିଂ ପାଇଁ ରୁକ୍ସାନା ବଲାଙ୍ଗୀର ଯାଇଥିଲେ । ସେଠାରୁ ଫେରିବା ପରେ ହଠାତ ତାଙ୍କ ଦେହ ଅସୁସ୍ଥ ହେବା ପରେ ପରିବାର ଲୋକେ ପ୍ରଥମେ ଭବାନୀପାଟଣା ମେଡିକାଲ ଓ ପରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ ଓ ବରଗଡର ଏକ ଘରୋଇ ହସ୍ପିଟାଲର ଭର୍ତ୍ତି କରିଥିଲେ ପରିବାର ଲୋକେ । ସେଠାରେ ଚିକିତ୍ସା ଚାଲିଥିବା ବେଳେ ହଠାତ ଆହୁରି ଅସୁସ୍ଥ ହେବାରୁ ପରିବାର ଲୋକେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା l ତେବେ ସ୍କ୍ରବ ଟାଇଫସରେ ତାଙ୍କ ମୃତ୍ୟୁ ହେଇଥିବା ଡାକ୍ତର କହୁଥିବା ବେଳେ ବଲାଙ୍ଗୀରରେ ଆଲବମ୍‌ ଶୁଟିଂ ସମୟରେ ରୁକ୍‌ସାନାଙ୍କୁ ଖାଇବା ପାଇଁ ଖାଦ୍ୟ ଓ ପିଇବା ପାଇଁ ଦିଆଯାଇଥିବା ଜୁସ୍‌ରେ ସ୍ଲୋ ପଏଜନ ଦିଆଯାଇ ହତ୍ୟା କରାଯାଇଛି ବୋଲି ଅଭିଯୋଗ ଆଣିଥିଲେ ରୁକ୍ସାନାଙ୍କ ପରିବାର ଲୋକେ l ଏଥିରେ ରୁକ୍ସାନାଙ୍କ ୨ ସହଯୋଗୀଙ୍କ ହାତ ରହିଥିବା ଅଭିଯୋଗ ଆଣି ତାଙ୍କ ନାମରେ ଥାନାରେ ଏତଲା ଦେଇଥିଲେ ରୁକ୍ସାନାଙ୍କ ମା’ l ଅଭିଯୋଗ ପରେ ପୋଲିସ ରୁକ୍ସାନାଙ୍କ ମୃତ୍ୟୁ କେଉଁ କାରଣରୁ ହେଇଛି ତାହା ସ୍ପଷ୍ଟ କରିବାକୁ କବର ଖୋଲି ମୃତଦେହ ବ୍ୟବଚ୍ଛେଦ କରିବାକୁ ଚାହିଁଥିବାବେଳେ କବର ସ୍ଥାନରେ ଏହାକୁ ବିରୋଧ କରିଥିଲେ ରୁକ୍ସାନାଙ୍କ ପରିବାର ଲୋକେ l

Leave A Reply

Your email address will not be published.