Latest Odisha News

BREAKING NEWS

ନଭେମ୍ବର ୧୬ ମୟୂରଭଞ୍ଜରେ ଆଞ୍ଚଳିକ ଛୁଟି, ଜାଣନ୍ତୁ କାରଣ

ଭୁବନେଶ୍ଵର: ନଭେମ୍ବର ୧୬ ମୟୂରଭଞ୍ଜ ଜିଲ୍ଲା ପାଇଁ ଆଞ୍ଚଳିକ ଛୁଟି ଘୋଷଣା । ଭଗବାନ ବିର୍ସା ମୁଣ୍ଡା ଜୟନ୍ତୀ ଉପଲକ୍ଷେ ଆଞ୍ଚଳିକ ଛୁଟି ଘୋଷଣା କଲେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ।

ସୂଚନା ଅନୁସାରେ, ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଉପଲକ୍ଷେ ନଭେମ୍ବର ୧୬ ତାରିଖ କୁ ମୟୂରଭଞ୍ଜ ଜିଲ୍ଲା ପାଇଁ ଆଞ୍ଚଳିକ ସରକାରୀ ଛୁଟି ଘୋଷଣା କରିଛନ୍ତି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ। ପୂର୍ବରୁ ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିକାଶ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଓ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଦ୍ୱାରା ଏହି ଦିନକୁ ସରକାରୀ ଆଞ୍ଚଳିକ ଛୁଟି ଘୋଷଣା ନିମନ୍ତେ ପତ୍ର ମାଧ୍ୟମରେ ପ୍ରସ୍ତାବ ଦିଆଯାଇଥିଲା । ପ୍ରସ୍ତାବ ପରେ ଆଜି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଦ୍ୱାରା ଏହି ବିଜ୍ଞପ୍ତି ପ୍ରକାଶ ପାଇଛି ।

Leave A Reply

Your email address will not be published.