Latest Odisha News

BREAKING NEWS

ବ୍ୟବସାୟୀଙ୍କ ଠାରୁ ଝାମ୍ପିନେଲେ କେଜିଏ ସୁନା, ୫ କେଜି ରୁପା

ମୋହନା: ବ୍ୟବସାୟୀଙ୍କ ଠାରୁ ସୁନା ଗହଣା ଲୁଟିନେଲେ ଦୁର୍ବୃତ୍ତ। କେଜିଏ ସୁନା, ୫ କେଜି ରୁପା ଲୁଟ୍ ନେଇ ଥାନାରେ ଅଭିଯୋଗ। ମୋହନା ବଜାରରେ ଥିବା ଜୁଏଲାରୀ ଦୋକାନ ମାଲିକଙ୍କ ଠାରୁ ଲୁଟ୍ ହୋଇଛି। ଦୋକାନ ତାଲା ପକାଇବା ବେଳେ ଝାମ୍ପି ନେଲେ ଅଳଙ୍କାର ବ୍ୟାଗ୍।

ଦୋକାନ ବନ୍ଦ କରି ଘରକୁ ଯିବା ବେଳେ ବାଇକ୍‌ରେ ଆସି ପ୍ରାୟ ୧ କିଲୋ ସୁନା, ୫ କିଲୋ ରୂପା ଅଳଙ୍କାର ସହ ନଗଦ ୭୦ ହଜାର ଟଙ୍କା ଲୁଟିନେଲେ ଲୁଟେରା। ଗଜପତି ଜିଲ୍ଲା ମୋହନା ମୁଖ୍ୟ ବଜାର ସ୍ଥିତ ଶ୍ରୀ ହରି ଜୁଏଲର୍ସରୁ ଏହି ଲୁଟ୍‌ ହୋଇଛି। ସୂଚନା ମୁତାବକ, ପ୍ରତିଦିନ ଭଳି ବୁଧବାର ରାତି ପ୍ରାୟ ୯ ଟା ସମୟରେ ଦୋକାନ ମାଲିକ ବି.ମୋହନ ରାଓ ଆଚାରୀ ଦୋକାନ ବନ୍ଦ କରି ସମସ୍ତ ସୁନା, ରୂପା ଅଳଙ୍କାର ସହ ଟଙ୍କା ବ୍ୟାଗ ଧରି ଘରକୁ ଯିବା ପାଇଁ ବାହାରିଥିଲେ। ଦୋକାନ ସମ୍ମୁଖରେ ବ୍ୟାଗଟି ରଖିଥିବା ବେଳେ ଦୁଇଜଣ ଲୁଟେରା ବାଇକରେ ଆସି ଅଳଙ୍କାର ଏବଂ ଟଙ୍କା ଭର୍ତ୍ତି ବ୍ୟାଗଟିକୁ ନେଇ ଚମ୍ପଟ ମାରିଥିଲେ ।

ଏନେଇ ଦୋକାନ ମାଲିକ ମୋହନା ଥାନାରେ ଅଭିଯୋଗ କରିଛନ୍ତି। ତେବେ ଗତ କିଛି ଦିନ ଧରି ମୋହନା ଅଞ୍ଚଳରେ ସିରିଜ ଚୋରି ଚାଲିଥିବା ବେଳେ ସୁନା ଦୋକାନରୁ ଜନ ଗହଳିପୂର୍ଣ୍ଣ ବଜାରରୁ ଲୁଟ୍ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି। ଦୋକାନ ମାଲିକଙ୍କ ଅଭିଯୋଗ ଆଧାରରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନିକଟସ୍ଥ ଦୋକାନ ଗୁଡିକର ସିସି ଟିଭି ଯାଞ୍ଚ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.