Latest Odisha News

ଥମୁନି ବର୍ଷା: ସବୁଠୁ ଅଧିକ ଭିଜିଛି ତାଳଚେର, ବାଲିକୁଦା

ଭୁବନେଶ୍ବର: ରାଜ୍ୟରେ ଏବେ ଜାରି ରହିଛି ଲଘୁଚାପର ପ୍ରଭାବ । ତୁହାକୁ ତୁହା ବର୍ଷା ସାଙ୍ଗକୁ କିଛି କିଛି ସ୍ଥାନରେ ଘଡଘଡି ବିଜୁଳି ସହ ବାଦଲ ଫଟା ବର୍ଷା ମଧ୍ୟ ଅନୁଭୂତ ହୋଇଛି । ଗତ ୨୪ ଘଣ୍ଟାରେ ସବୁଠୁ ବେଶୀ ବର୍ଷା ତାଳଚେରରେ ୧୫୫ ମିଲିମିଟର ଅନୁଭୂତ ହୋଇଛି । ସେହିପରି ବାଲିକୁଦାରେ ୧୦୫ ମିମି, ଜଗତସିଂହପୁର ୯୯.୧ ମିମି, ଉଦଳା ୯୪ ମିମି, କପ୍ତିପଦା ୯୨ ମିମି, ଗୋପ ୯୧ ମିମି, କେନ୍ଦୁଝରଗଡ଼ ୮୯ ମିମି, କଙ୍କଡ଼ାହାଡ଼ ୮୪.୪ ମିମି, ମହାକାଳପଡ଼ା ୮୦ ମିମି, ଅନୁଗୁଳ ୬୯ ମିମି ବର୍ଷା ରେକର୍ଡ ହୋଇଛି ।

ତେବେ ବଙ୍ଗୋପସାଗରରେ ଲଘୁଚାପ କାରଣରୁ ଏବେ ରାଜ୍ୟରେ ଲଗାଣ ବର୍ଷା ଲାଗି ରହିଛି । ତେବେ ଆଜି ବର୍ଷାର ପରିମାଣ ବଢିଥିବା ବେଳେ ଶୁକ୍ରବାର ଏହାର ପରିମାଣ କମିପାରେ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ଉତ୍ତର ଓଡ଼ିଶାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ଏବଂ ଘଡ଼ଘଡ଼ି ହେବାର ସମ୍ଭାବନା ନେଇ ସତର୍କ କରିଛି ପାଣିପାଗ ବିଭାଗ।ତେବେ ଏନେଇ ପୁରୀ, ଖୋର୍ଦ୍ଧା, କଟକ ଏବଂ ଜଗତସିଂହପୁରକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି କେନ୍ଦ୍ରାପଡ଼ା, କେନ୍ଦୁଝର, ମୟୁରଭଞ୍ଜ, ଝାରସୁଗୁଡ଼ା ଏବଂ ରାୟଗଡ଼ା ଆଦି ଜିଲ୍ଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

Leave A Reply

Your email address will not be published.