Latest Odisha News

BREAKING NEWS

ଚିକିଟି ମଦ ମୃତ୍ୟୁ: ‘୨ ମାସରେ ତଦନ୍ତ ଶେଷ କର’

ଗଞ୍ଜାମ: ଚିକିଟି ବିଷାକ୍ତ ମଦ ପିଇ ୫ ଜଣଙ୍କର ମୃତ୍ୟୁ ମାମଲାର ୨ ମାସ ଭିତରେ ତଦନ୍ତ ଶେଷ କରି ରିପୋର୍ଟ ନିର୍ଦ୍ଦେଶ ଜାରି କରାଯାଇଛି । ଏହି ମାମଲାରେ ରାଜସ୍ବ ପର୍ଷଦ ସଦସ୍ୟ ତଥା ବୋର୍ଡ ଅଫ ରେଭନ୍ୟୁ ତଦନ୍ତ କରିବେ । ଏନେଇ ଅବକାରୀ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଏଥିପାଇଁ ୪ଟି ଟର୍ମ ଅଫ ରେଫେରାନ୍ସ ଦିଆଯାଇଛି।

ତେବେ କେହି କାରଣ ପାଇଁ ଏଭଳି ଘଟଣା ଘଟିଲା? ଏଥିପାଇଁ ଦାୟୀ କିଏ? ଏଥିରେ ପୋଲିସ୍ କିମ୍ବା ଅବକାରୀ ବିଭାଗର ଅବହେଳା କି ସଂପୃକ୍ତି ଅଛି କି ନାହିଁ ସେନେଇ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ । ସେନେଇ ସରକାରଙ୍କୁ ରାଜସ୍ବ ପର୍ଷଦ ସଦସ୍ୟ ପରାମର୍ଶ ଦେବାକୁ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ।

ତେବେ କହିରଖୁଛୁ, ଗତ ଅଗଷ୍ଟ ୧୯ରେ ଗଞ୍ଜାମ ଜିଲ୍ଲାରେ ଦେଶୀ ମଦ ପିଇ ୫ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ଗତ ବିଧାନସଭା ଅଧିବେଶନ ସମୟରେ ଗଣମାଧ୍ୟମରେ ଚିକିଟି ମଦମୃତ୍ୟୁ ମାମଲାରେ ଆରଡିସି ତଦନ୍ତ ନେଇ ସୂଚନା ଦେଇଥିଲା ଅବକାରୀ ମନ୍ତ୍ରୀ  ପୃଥ୍ବୀରାଜ ହରିଚନ୍ଦନ ।

Leave A Reply

Your email address will not be published.