Latest Odisha News

ରାହୁଲଙ୍କୁ ସୈଫଙ୍କ ପ୍ରଶଂସା, କହିଲେ ରାହୁଲ ଗାନ୍ଧୀ ହେଉଛନ୍ତି ସବୁଠାରୁ ସାହସୀ ନେତା

ନୂଆଦିଲ୍ଲୀ: ଆଜି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି ଅଭିନେତା ଜୁନିଅର ଏନଟିଆରଙ୍କ ବହୁ ପ୍ରତିକ୍ଷିତ ଚଳଚ୍ଚିତ୍ର ଦେବାରା-୧ l ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ଜୁନିଅର ଏନଟିଆର ଓ ଜାହ୍ନବୀ କପୁର l ତେବେ ଚଳଚ୍ଚିତ୍ରରେ ଖଳନାୟକ ଭୂମିକାରେ ନଜର ଆସିଛନ୍ତି ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନ୍‌ l ଚଳଚ୍ଚିତ୍ର ଦେବାରା-୧ର ରିଲିଜ ଭିତରେ ଏକ ଗଣମାଧ୍ୟମ କନକ୍ଲେଭରେ ଯୋଗଦେଇ ଏକ ବଡ ବୟାନ ଦେଇଛନ୍ତି ସୈଫ ଅଲ୍ଲୀ ଖାନ୍‌ l ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଭରପୁର ପ୍ରଶଂସା କରିଛନ୍ତି ସୈଫ l ରାହୁଲଙ୍କୁ ସବୁଠାରୁ ଶକ୍ତିଶାଳୀ ଓ ସାହାସୀ ନେତା କହିଛନ୍ତି ସୈଫ l

ବାସ୍ତବରେ ଏକ ଗଣମାଧ୍ୟମର କନକ୍ଲେଭରେ ସୈଫ ଯୋଗଦେଇଥିବା ବେଳେ ତାଙ୍କୁ ପଚରାଯାଇଥିଲା ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ଆପ ମୁଖ୍ୟ ଅରବିନ୍ଦ କେଜରିଓ୍ବାଲଙ୍କ ମଧ୍ୟରେ ସବୁଠାରୁ ଶକ୍ତିଶାଳୀ ଓ ସାହାସୀ ନେତା କିଏ l ଏହାର ଉତ୍ତରରେ ସୈଫ କହିଛନ୍ତି ଯେ, ମୋ ହିସାବରେ ଏହି ୩ ଜଣ ହେଉଛନ୍ତି ଜଣେ ଜଣେ ଶକ୍ତିଶାଳୀ ଓ ସାହାସୀ ନେତା l କିନ୍ତୁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସବୁଠାରୁ ସାହାସୀ ରାଜନେତା ଅଟନ୍ତି। ଦିନେ ସମୟ ଥିଲା ଲୋକମାନେ ତାଙ୍କୁ ଅନେକ କଥା କହୁଥିଲେ l ଅନେକ ପରିସ୍ଥିତିର ସାମ୍ନା ମଧ୍ୟ ସେ କରିଥିଲେ l ମାତ୍ର ସବୁ ଥରକ ପ୍ରଭାବଶାଳୀ ଢଙ୍ଗରେ ସେ ନିଜକୁ ଏବଂ ନିଜ ପଦାକୁ ସମ୍ଭାଳିବାରେ ସାମର୍ଥ୍ୟ ହୋଇଛନ୍ତି l ଏତେ ଅପମାନ ବଦଳରେ ସେ କଠିନ ପରିଶ୍ରମ କରି ସ୍ଥିତିରେ ପରିବର୍ତ୍ତନ ହୋଇଛନ୍ତି। ସେ କଡ଼ା ପରିଶ୍ରମ କରି ଲୋକଙ୍କ ଚିନ୍ତାଧାରାକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛନ୍ତି।

ତେବେ ଏହି କାର୍ଯ୍ୟକ୍ରମର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ କିଛିଦିନ ପୂର୍ବରୁ ଅଭିନେତ୍ରୀ କରିନା କପୁରଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ସେ ରାହୁଲ ଗାନ୍ଧୀଙ୍କୁ ଡେଟ୍‌ କରିବାକୁ ଚାହୁଁଥିବା କହିଥିଲେ। ପରେ ଜଣାପଡିଥିଲା ଯେ ସେହି ଭିଡିଓଟି ସେ ଅବିବାହିତ ଥିବାବେଳେ ଏକ ସାକ୍ଷାତକାରରେ କହିଥିଲେ।

 

Leave A Reply

Your email address will not be published.