Latest Odisha News

BREAKING NEWS

କୋଣାର୍କ ସୂର୍ଯ୍ୟାସ ଓଡ଼ିଶା ବନାମ ଇଣ୍ଡିଆ କ୍ୟାପିଟଲ୍ସ

ସୁରଟ: ଲିଜେଣ୍ଡସ୍ ଲିଗ୍ କ୍ରିକେଟ୍ ୨୦୨୪ ରେ କୋଣାର୍କ ସୂର୍ଯ୍ୟାସ ଓଡ଼ିଶା ଆଜିର ମ୍ୟାଚ ପାଇଁ ପ୍ରସ୍ତୁତି ଶେଷ କରିଛି । ସୁରଟର ଲାଲାଭାଇ କଣ୍ଟ୍ରାକ୍ଟର ଷ୍ଟାଡିୟମରେ ଆଜି ଦୀନେଶ କାର୍ତ୍ତିକଙ୍କ ଇଣ୍ଡିଆ କ୍ୟାପିଟଲ୍ସକୁ ଭେଟିବ କୋଣାର୍କ ସୂର୍ଯ୍ୟାସ ଓଡ଼ିଶା । ସନ୍ଧ୍ୟା ୭ରେ ଖେଳ ଆରମ୍ଭ ହେବାକୁ ଥିବା ବେଳେ ମ୍ୟାଚ୍ ରେ କଡାଟକ୍କର ହେବ ବୋଲି ଆଶା କରାଯାଉଛି। ସେପଟେ ପାଣିପାଗ ପୂର୍ବାନୁମାନ ଅନୁଯାୟୀ, ଆଜି କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ପଡ଼ିଆକୁ ଠିକ ରଖିବା ପାଇଁ ଗ୍ରାଉଣ୍ଡ କର୍ମଚାରୀମାନେ ପ୍ରଚେଷ୍ଟା କରୁଛନ୍ତି ।

ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ୨୦ରେ ବିଜୟ ଅଭିଯାନରୁ ମ୍ୟାଚର ଶୁଭାରମ୍ଭ କରିଥିଲା କୋଣାର୍କ ସୂର୍ଯ୍ୟାସ ଓଡ଼ିଶା । ଏହି କ୍ରିକେଟ ଲିଗ୍‌ର ପ୍ରଥମ ମ୍ୟାଚ୍‌ ୨୦ ତାରିଖ ଦିନ ରାଜସ୍ଥାନର ଜୋଧପୁରସ୍ଥିତ ବରକତୁଲ୍ଲା ଖାନ୍ ଷ୍ଟାଡିୟମରେ ଖେଳାଯାଇଥିଲା। ଲୋ ସ୍କୋରିଂ ସତ୍ତ୍ବେ ମଧ୍ୟ ବେଶ ରୋମାଞ୍ଚକର ଥିଲା ଏହି ମ୍ୟାଚ । ତେବେ ଗତ ୨୭ ତାରିଖରେ ସୁରଟର ଲାଲବାଇ କଣ୍ଟ୍ରାକ୍ଟର ଷ୍ଟାଡିୟମରେ ଖେଳାଯିବାକୁ ଥିବା କୋଣାର୍କ ସୂର୍ଯ୍ୟସ୍ ଓଡ଼ିଶା ଏବଂ ମଣିପାଲ ଟାଇଗର୍ସ ମ୍ୟାଚକୁ ଲଗାଣ ବର୍ଷା ହେତୁ ସ୍ଥଗିତ ରଖାଯାଇଥିଲା। ମ୍ୟାଚ୍ ବାତିଲ ହେତୁ ଉଭୟ ଦଳକୁ ଗୋଟିଏ ଲେଖାଏଁ ପଏଣ୍ଟ ପ୍ରଦାନ କରାଯାଇଥିଲା ।

କୋଣାର୍କ ସୂର୍ଯ୍ୟାସ ଓଡ଼ିଶା

କୋଣାର୍କ ସୂର୍ଯ୍ୟାସ ଓଡ଼ିଶା ଦଳରେ ସାମିଲ ଅଛନ୍ତି – ଇରଫାନ୍ ପଠାନ୍ (କ୍ୟାପ୍ଟେନ), ୟୁସୁଫ୍ ପଠାନ୍, ଶାହବାଜ୍ ନଦୀମ୍, ବିନୟ କୁମାର୍, ଫିଡେଲ୍ ଏଡୱାର୍ଡସ୍, କେଭିନ୍ ଓ’ବ୍ରାଇନ୍, ପ୍ରବୀଣ ତାମ୍ବେ, ବେନ୍ ଲଫଲିନ୍, ଅମ୍ବାନ୍ତି ରାୟୁଡୁ, ନବୀନ ଷ୍ଟିୱାର୍ଟ, ରସ୍ ଟେଲର୍, ରିଚାର୍ଡ୍ ଲେଭି, ଦିଲସାନ୍ ମୁନାୱେରା, କେପି ଅପାନ୍ନା, ଦିୱେଶ୍ ପାଥାନିଆ, ରାଜେଶ ବିଷ୍ନୋଇ, ନଟରାଜ ବେହେରା।

ଇଣ୍ଡିଆ କ୍ୟାପିଟଲ୍ସ

ସେହିପରି ଏହି ଦଳରେ ସାମିଲ ଅଛନ୍ତି ଇଆନ୍ ବେଲ୍, ଡୱେନ୍ ସ୍ମିଥ୍, ଆସଲେ ନର୍ସ, ଧାୱାଲ କୁଲକର୍ଣ୍ଣି, ଧ୍ରୁବ ରାୱଲ, ବରିନ୍ଦର ସାରନ, ରବି ବୋପାରା, ପରବିନ୍ଦର ଆୱାନା, ନମନ ଓଝା, କ୍ରିସ ମପୋଫୁ, ଇକବାଲ ଅବଦୁଲ୍ଲା, କିର୍କ ଏଡୱାର୍ଡସ, ପଙ୍କଜ ସିଂହ, ପୱନ ସୁଆଲ, ରାହୁଲ ଶର୍ମା, ଜ୍ଞାନେଶ୍ବର ରାଓ, ଫୈଜ ଫୈଜଲ୍, କଲିନ୍ ଡି ଗ୍ରାଣ୍ଡହୋମେ, ଭାରତ ଚିପଲି, ବେନ୍ ଡଙ୍କ୍ ।

Comments are closed.