Latest Odisha News

BREAKING NEWS

ମନ କି ବାତ୍‌: ମାତୃଭାଷାକୁ ନେଇ ମୟୂରଭଂଜ ଜିଲ୍ଲାର ଉଦାହରଣ ଦେଲେ ମୋଦୀ

ଭୁବନେଶ୍ଵର: ୧୧୪ ତମ ‘ମନ୍ କି ବାତ’ରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତୃତୀୟ ପାଳିର ଏହା ହେଉଛି ମୋଦୀଙ୍କ ଚତୁର୍ଥ ତମ ମନ କି ବାତ୍‌ । ଆଜିର ରେଡିଓ କାର୍ଯ୍ୟକ୍ରମରେ ମାତୃଭାଷାକୁ ନେଇ ମୟୂରଭଂଜ ଜିଲ୍ଲାର ଉଦାହରଣ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସାନ୍ତାଳି ଭାଷା ପାଇଁ ମୟୂରଭଂଜ ଯୁବକଙ୍କ ଅବଦାନ କଥା କହିଛନ୍ତି ମୋଦୀ । ମୋଦୀ କହିଛନ୍ତି ଯେ, ନିଜ ମାତୃଭାଷା ପାଇଁ ରାମ୍‌ଜିତ୍ ଟୁଡୁ ପୁରା ଦେଶକୁ ଗୌରବ ଆଣି ଦେଇଛନ୍ତି । ସେ ସାନ୍ତାଳି ଭାଷାକୁ ଡିଜିଟାଲାଇଜେସନ୍ କରି ପାରିଛନ୍ତି । ତାଙ୍କ ଉଦ୍ୟମ ଯୋଗୁଁ ଲକ୍ଷ ଲକ୍ଷ ଲୋକଙ୍କ ପାଖରେ ସାନ୍ତାଳି ଭାଷା ପହଞ୍ଚିଛି । ରାମଜିତଙ୍କ ପାଇଁ ସାନ୍ତାଳି ଭାଷା ପଢ଼ିବା ସହ ଲେଖାଯାଇପାରୁଛି ବୋଲି କହିଛନ୍ତି ମୋଦୀ ।

ମୋଦୀ କହିଛନ୍ତି ଯେ, ଯଦି ମୁଁ କୌଣସି ପିଲାଙ୍କୁ ପଚାରିବି ଯେ କେଉଁ ଭାଷା ସବୁଠାରୁ ସହଜ ଏବଂ ଜଲ୍ଦି ଶିଖି ହୁଏ ତେବେ ଏହାର ଜବାବ ଆସିବ ମାତୃଭାଷା । ଆମ ଦେଶରେ ପାଖାପାଖି ୨୦ ହଜାର ଭାଷା ଅଛି । ଆଉ ଏ ସମସ୍ତ ଭାଷା କାହାର ନା କାହାର ମାତୁଭାଷା ନିଶ୍ଚୟ । କିନ୍ତୁ କିଛି ଭାଷା ଏପରି ଅଛି ଯାହାର ବ୍ୟବହାର ବହୁତ କମ୍ ମାତ୍ରାରେ ହୁଏ । କିନ୍ତୁ ଆପଣ ଜାଣି ଖୁସି ହେବେ ସେହି ସବୁ ଭାଷାକୁ ସଂରକ୍ଷିତ କରିବାକୁ ଏବେ ବିଭିନ୍ନ ପ୍ରକାରର ପ୍ରୟାସ କରାଯାଉଛି । ଏପରି ଏକ ଭାଷା ହେଉଛି ସାନ୍ତାଳୀ ଭାଷା । ସାନ୍ତାଳି ଭାଷାକୁ ଡିଜିଟାଲାଇଜେସନ୍ କରି ନୂତନ ନାମ ଦେବାକୁ ଆରମ୍ଭ ହୋଇଛି ପ୍ରୟାସ । ‘ସାନ୍ତାଳି’ ଆମ ଦେଶର ଅନେକ ରାଜ୍ୟରେ ବସବାସ କରୁଥିବା ସାନ୍ତାଳ ଜନଜାତୀ ସମୁଦାୟଙ୍କ ଭାଷା । ଭାରତ ବ୍ୟତୀତ ବାଂଲାଦେଶ, ନେପାଳ ଏବଂ ଭୁଟାନରେ ମଧ୍ୟ ସାନ୍ତାଳୀ ଭାଷା କହୁଥିବା ଜନଜାତୀ ସମୁଦାୟ ରୁହନ୍ତି ।

କିନ୍ତୁ ସାନ୍ତାଳୀ ଭାଷାକୁ ଅନଲାଇନରେ ପରିଚୟ କରିବାକୁ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି ଓଡିଶାର ମୟୁରଭଞ୍ଜ ଜିଲ୍ଲାର ପୁଅ ରାମଜିତ ଟୁଡୁ । ରାମଜିତ ଏକ ଏପରି ଡିଜିଟାଲା ପ୍ଲାଟଫର୍ମ ପ୍ରସ୍ତୁତ କରିଛନ୍ତି ଯେଉଁଠାରେ ସନ୍ତାଳୀ ଭାଷାରେ ସାହିତ୍ୟ ପଢିବା ସହ ଲେଖିପାରିବେ । ବାସ୍ତବରେ କିଛି ବର୍ଷ ପୂର୍ବରୁ ଯେତେବେଳେ ରାମଜିତ ମୋବାଇଲ ଫୋନର ବ୍ୟବହାର ଆରମ୍ଭ କଲେ ସେତେବେଳେ ନିଜ ମାତୃଭାଷାରେ କହିପାରୁନଥିବାରୁ ଦୁଃଖିତ ଥିଲେ । ଏହାପରେ ସେ ସାନ୍ତାଳୀ ଭାଷାର ଲିପି ‘ଓଲ ଚିକି’କୁ ଟାଇପ କରିବାର ସୁବିଧା ପ୍ରସ୍ତୁତ କଲେ । ନିଜର କିଛି ସାଙ୍ଗ ସାଥୀଙ୍କ ସାହାର୍ଯ୍ୟରେ ସେ ସାନ୍ତାଳୀ ଭାଷା ଲିପିକୁ ଟାଇପ କରିବାର କୌଶଳ ବିକଶିତ କଲେ । ଆଉ ଆଜି ତାଙ୍କର ହି ଅଭିନବ ପ୍ରୟାସ ସାନ୍ତାଳୀ ଭାଷାକୁ ଲକ୍ଷ ଲକ୍ଷ ଲୋକଙ୍କ ପାଖରେ ପହଞ୍ଚାଇଛି ବୋଲି କହିଛନ୍ତି ମୋଦୀ ।

ତେବେ ଆସନ୍ତା ୩ ଅକ୍ଟୋବରକୁ ମୋଦୀଙ୍କ ‘ମନ କି ବାତ୍‌’ କାର୍ଯ୍ୟକ୍ରମକୁ ୧୦ ବର୍ଷ ପୂରଣ ହେବାକୁ ଯାଉଛି । ଏଥିସହ ସ୍ବଚ୍ଛ ଭାରତ ମିଶନ ଅଭିଯାନକୁ ମଧ୍ୟ ୧୦ବର୍ଷ ପୂରଣ ହେବାକୁ ଯାଉଛି । ସେଥିପାଇଁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୋଦୀ । ମୋଦୀ କହିଛନ୍ତି ଯେ, ୧୦ ବର୍ଷ ପୂର୍ବରୁ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ୩ ଅକ୍ଟୋବର ବିଜୟା ଦଶମୀ ଦିନ ଆରମ୍ଭ ହୋଇଥିଲା । ଏହା ଅତ୍ୟନ୍ତ ବିରଳ ପବିତ୍ର ସଂଯୋଗ ଯେ ଚଳିତ ବର୍ଷ ୩ ଅକ୍ଟୋବରରେ ଏହି କାର୍ଯ୍ୟକ୍ରମକୁ ୧୦ ବର୍ଷ ପୁରଣ ହେଉଛି । ଏବଂ ସେଦିନ ନବରାତ୍ରୀର ପ୍ରଥମ ଦିନ ପଡୁଛି ବୋଲି କହିଛନ୍ତି ମୋଦୀ ।

Leave A Reply

Your email address will not be published.