Latest Odisha News

ସାପରୁ କୋଟି କୋଟି ଟଙ୍କା ରୋଜଗାର !

ଲୋକମାନେ ଅନେକ ଗୃହପାଳିତ ପଶୁମାନଙ୍କୁ ନିଜ ଘରେ ରଖନ୍ତି ରୋଜଗାର ପାଇ। ବିଶେଷ କରି ଗାଈ, ଛେଳି, ମଇଁଷି, କୁକୁର, କୁକୁଡା, ବତକ ଆଦି ପଶୁ-ପକ୍ଷୀଙ୍କୁ ପାଳିଥାନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଗାଁ ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ଲୋକମାନେ ସାପକୁ ଘରେ ରଖି ବ୍ୟବସାୟ କରନ୍ତି। ସାପର ନାମ ଶୁଣିଲେ ହିଁ ସମସ୍ତଙ୍କ ଅବସ୍ଥା ଖରାପ ହୋଇଯାଏ ।

ସାପ ପୃଥିବୀର ସବୁଠାରୁ ବିପଜ୍ଜନକ ପ୍ରାଣୀମାନଙ୍କ ମଧ୍ୟରୁ ଅନ୍ୟତମ, ଯାହାର କାମୁଡ଼ିବା ଦ୍ୱାରା ମଣିଷର ମୃତ୍ୟୁ ମଧ୍ୟ ହୋଇପାରେ। ଏହି କାରଣରୁ ଲୋକଙ୍କୁ ସାପଠାରୁ ଦୂରରେ ରହିବାକୁ ପରାମର୍ଶ ଦିଆଯାଇଛି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଦୁନିଆରେ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ସାପ ଚାଷ କରାଯାଏ । ଏହା ଶୁଣି ଆପଣଙ୍କୁ ଅଜବ ଲାଗୁଥାଇ ପାରେ କିନ୍ତୁ ଏହା ସତ୍ୟ ଯେ ଚାଇନାର ଜେଜିଆଙ୍ଗର ଏକ ଗାଁରେ ଲୋକମାନେ ନିଜ ଘରେ ସାପ ରଖନ୍ତି ।

ସାପ ଦୁନିଆର ସବୁଠାରୁ ବିଷାକ୍ତ ପ୍ରାଣୀ ଭାବରେ ପରିଗଣିତ ହୁଏ। କିନ୍ତୁ ଆମେ ଯେଉଁ ଗାଁରେ କହୁଛୁ, ଏଠାରେ ଲୋକମାନେ ସାପ ରଖି ବିକ୍ରି କରନ୍ତି ଏବଂ ଭଲ ରୋଜଗାର ମଧ୍ୟ କରୁଛନ୍ତି। ଏହି ଲୋକମାନେ କେବଳ ସାପ ଯୋଗୁଁ ଘର ଚଳାନ୍ତି। ଏହି ଗାଁର ନାମ ଜିସିକିଆଓ, ଯେଉଁଠାରେ ଅଧିକାଂଶ ଲୋକ ଏହି କାମ କରନ୍ତି। ଏହି ଗାଁର ଜନସଂଖ୍ୟା ପ୍ରାୟ ଏକ ହଜାର ହୋଇଥିବାବେଳେ ପ୍ରତିବର୍ଷ ଏଠାରେ ପ୍ରାୟ ୩୦ ଲକ୍ଷ ସାପକୁ ପାଳନ କରାଯାଏ। ଏହି ସାପଗୁଡ଼ିକ ଖାଦ୍ୟଠାରୁ ଆରମ୍ଭ କରି ଔଷଧ ତିଆରି ପର୍ଯ୍ୟନ୍ତ ସବୁକିଛି ପାଇଁ ବ୍ୟବହୃତ ହୁଅନ୍ତି। ବାସ୍ତବରେ, ଗାଁ ଲୋକଙ୍କ ପାଇଁ ସାପ ରଖିବା ହେଉଛି ଆୟର ମୁଖ୍ୟ ଉତ୍ସ ଏବଂ ବର୍ତ୍ତମାନ ଏହା ଏକ ବଡ ବ୍ୟବସାୟର ରୂପ ନେଇଛି। ଏଠାରେ ଲୋକମାନେ ଅନେକ ଜାତିର ସାପକୁ ନିଜ ଘରେ ରଖନ୍ତି, ଯେଉଁଥିରେ ଅନେକ ବିଷାକ୍ତ ସାପ ମଧ୍ୟ ରହିଛି।

ସୂଚନାନୁସାରେ, ଏହି ଗାଁର ଲୋକମାନେ ଚାଇନାରେ ସାପ ବିକ୍ରି କରନ୍ତି। ଚାଇନାରେ ସାପର ଚାହିଦା କ୍ରମାଗତ ଭାବେ ବଢୁଥିବା ଦେଖି ଲୋକମାନେ ସାପ ବ୍ୟବସାୟ କରିବା ଆରମ୍ଭ କରିଛନ୍ତି। ଯେଉଁଥିପାଇଁ ଗାଁରେ ୧୦୦ରୁ ଅଧିକ ସ୍ନେକ୍ ଫାର୍ମ ଖୋଲାଯାଇଛି। କେବଳ ଏତିକି ନୁହେଁ, ଗାଁର ଲୋକ ସଂଖ୍ୟା ଅପେକ୍ଷା ହଜାରେ ଗୁଣ ଅଧିକ ସାପ ଅଛନ୍ତି। ଏଠାରେ ଏକ ହଜାର ଲୋକ ଥିବାବେଳେ ପ୍ରତିବର୍ଷ ପ୍ରାୟ ୩୦ ଲକ୍ଷ ସାପ ପାଳିତ ହେଉଛନ୍ତି। ଯଦି ଦେଖାଯାଏ, ଗୋଟିଏ ମଣିଷ ସହିତ ୩୦୦୦ ସାପର ଅନୁପାତ ରହିଛି।

ଜିସିକିଆଓ ଗ୍ରାମରେ କୋଟି କୋଟି ଟଙ୍କାର ସାପର ବ୍ୟବସାୟ ହେଉଛି। ସୂଚନା ଅନୁଯାୟୀ, ଏହି ଗାଁରେ ସାପ ପାଳିବା କାମ ୮୦ ଦଶକରେ ଆରମ୍ଭ ହୋଇଥିଲା। ସେତେବେଳେ ଗାଁର ଆୟ ବାର୍ଷିକ ପ୍ରାୟ ୧ ଲକ୍ଷ ୟୁଆନ୍ (୧୦ ଲକ୍ଷ ଟଙ୍କା) ଥିଲା। ସମୟ ସହିତ ସାପ ରଖିବାର ବ୍ୟବସାୟ ଧୀରେ ଧୀରେ ବୃଦ୍ଧି ପାଇଲା। ଗତ କିଛି ବର୍ଷ ମଧ୍ୟରେ ଏହି ଗାଁର ଶିଳ୍ପ ପ୍ରାୟ ୮ କୋଟି ୟୁଆନ୍ (୮୦ କୋଟି ଟଙ୍କା) କୁ ବୃଦ୍ଧି ପାଇଛି।

ଏହି ଗାଁରେ, ସାପ ଚାଷ ହୁଏ। ଏହାସହ ସାପଙ୍କୁ ହତ୍ୟା କରି ତାର ମାଂସ ମଧ୍ୟ ସପ୍ଲାଏ କରାଯାଏ। ଏଠାରେ ସାପମାନଙ୍କୁ ମାରିବା ପାଇଁ ଅତି ନିଷ୍ଠୁର ପଦ୍ଧତି ଗ୍ରହଣ କରାଯାଏ। ସୂଚନାନୁସାରେ, ହତ୍ୟା ପୂର୍ବରୁ ସେମାନଙ୍କ ବିଷ ବାହାର କରାଯାଇଥାଏ। ଏହା ପରେ, ପାଟିରେ ସୂତା ସହିତ ସିଲେଇ କରାଯାଏ ଏବଂ ତା’ପରେ ମୁଣ୍ଡ କାଟି ମାଂସ ବାହାର କରାଯାଏ। ଏହା ପରେ ଏହାର ଅଙ୍ଗଗୁଡ଼ିକ ଅଲଗା ରଖାଯାଏ। ଯେଉଁଠାରେ ସାପର ଚର୍ମ ଅଲଗା ଭାବରେ ଶୁଖାଯାଏ।

Leave A Reply

Your email address will not be published.