Latest Odisha News

ଟ୍ବିନ୍ ସିଟି ଦାୟିତ୍ବଭାର ଗ୍ରହଣ କଲେ ଦେବଦତ୍ତ ସିଂହ

ଭୁବନେଶ୍ବର: ନୂଆ ପୋଲିସ୍ କମିଶନର ବା ସିପି ଭାବେ ଦାୟିତ୍ବ ନେଲେ ଆଇପିଏସ୍ ସୁରେଶ ଦେବଦତ୍ତ ସିଂହ । ପୂର୍ବତନ ପୋଲିସ୍ କମିଶନର ସଞ୍ଜୀବ ପଣ୍ଡାଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି ଦେବଦତ୍ତ ସିଂହ ।

ତେବେ ଗତକାଲି ଆଇପିଏସ୍ ସ୍ତରରେ ବଡ ଅଦଳିବଦଳି କରିଥିଲେ ରାଜ୍ୟ ସରକାର । ଦ୍ବୈତନଗରୀ ପୁଲିସ କମିଶନର ପଦବିରୁ ସଞ୍ଜୀବ ପଣ୍ଡାଙ୍କୁ ବଦଳି କରାଯାଇ ବିଜୁ ପଟ୍ଟନାୟକ ପୁଲିସ ଟ୍ରେନିଂ ଏକାଡେମୀ(ବିପିଏସ୍‌ପିଏ)ର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ତାଙ୍କ ସ୍ଥାନରେ ପୁଲିସ କମିଶନର ଭାବେ ସୁରେଶ ଦେବଦତ୍ତ ସିଂଙ୍କୁ ନିଯୁକ୍ତି ମିଳିଥିଲା । ୧୯୯୮ ବ୍ୟାଚ୍‌ ବରିଷ୍ଠ ଆଇପିଏସ୍‌ ସୁରେଶ ଦେବଦତ୍ତ ସିଂହ ଆଜି ବିଧିବଦ୍ଧ ଭାବେ ପୋଲିସ୍ କମିଶନର ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ।

Leave A Reply

Your email address will not be published.