Latest Odisha News

BREAKING NEWS

ଅର୍ଥ ହେରଫେର ମାମଲାରେ ସିଦ୍ଧରମେୟାଙ୍କ ବିରୋଧରେ ମାମଲା

ବେଙ୍ଗାଲୁରୁ: ମୁଦା ମାମଲାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟାଙ୍କ ଅଡୁଆ ବଢିପାରେ। ଇଡି ପିଏମଏଲଏ ଅଧୀନରେ ଏକ ମାମଲା ରୁଜୁ କରିଛି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ସ୍ୱତନ୍ତ୍ର କୋର୍ଟ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

ସମସ୍ତ ନିୟମକୁ ବେଖାତିର କରି ୨୦୧୧ ମସିହାରେ ମୈସୁର ନଗର ଉନ୍ନୟନ କର୍ତ୍ତୃପକ୍ଷ ତାଙ୍କ ପତ୍ନୀଙ୍କୁ ୧୪ଟି ହାଉସିଂ ସାଇଟ୍ ଯୋଗାଇ ଦେଇଥିବା ଅଭିଯୋଗ ହୋଇଛି।

ଏହା ପୂର୍ବରୁ ଲୋକାୟୁକ୍ତ ସିଦ୍ଧରମୈୟା, ତାଙ୍କ ପତ୍ନୀ ଏବଂ ଶଳାଙ୍କ ନାଁରେ ମାମଲା ରୁଜୁ କରିଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ନିକଟରେ ଦୁର୍ନୀତି ନିବାରଣ ସଂସ୍ଥା ଲୋକାୟୁକ୍ତ ରୁଜୁ କରିଥିଲା ମାମଲା। ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଉ ଏକ ମାମଲା ରୁଜୁ କରିଛି। ଗତ ସପ୍ତାହରେ ବେଙ୍ଗାଲୁରୁରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ କହିଥିଲେ ଯେ ଆଇନ ତା’ କାମ କରିବ। MUDA ଲୋକମାନେ ଯାହା ଚାହିଁବେ ସେନେଇ ତଦନ୍ତ କରିପାରିବେ।

Leave A Reply

Your email address will not be published.