Latest Odisha News

୭ ହଜାର ଟଙ୍କାରେ ଶିଶୁପୁତ୍ରକୁ ବିକି ଦେଲା ବାପା

ଯାଜପୁର: ଘରର ଖର୍ଚ୍ଚ ପୂରଣ କରିବାକୁ ଯାଇ ଜଣେ ବ୍ୟକ୍ତି ନିଜର ଦେଢ ମାସର ଶିଶୁପୁତ୍ରକୁ ୭ ହଜାର ଟଙ୍କାରେ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି।

ଉକ୍ତ ବ୍ୟକ୍ତିଙ୍କ ପତ୍ନୀ ସୋମବାର ଦିନ ଥାନାରେ ଅଭିଯୋଗ କରିବା ପରେ ଏହି ମାମଲା ଲୋକଲୋଚନକୁ ଆସିଛି।

ଖବର ପାଇ ଶିଶୁଟିକୁ ଚାଇଲ୍ଡ ଲାଇନ୍ ଅଧିକାରୀ ଉଦ୍ଧାର କରିଥିଲେ। ପୋଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରିଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ଯାଜପୁରର କୋରେଇରେ ଏହି ପରିବାର ଶ୍ରମିକ ଭାବରେ କାମ କରିଥାନ୍ତି। ଦାରିଦ୍ର୍ୟତା ଯୋଗୁ ଶିଶୁଟିକୁ ଜଣେ ମଧ୍ୟସ୍ଥିକୁ ବିକ୍ରି କରିଥିଲେ। ଶିଶୁଟି ବର୍ତ୍ତମାନ ସ୍ଥାନୀୟ ଚାଇଲ୍ଡ ଲାଇନରେ ରହିଥିବା ବେଳେ ପୋଲିସ ଏହି ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.