Latest Odisha News

BREAKING NEWS

ବାରଣାସୀରୁ କାହିଁକି ହଟାଯାଉଛି ସାଇବାବାଙ୍କ ପ୍ରତିମା

ବାରଣାସୀ: ବାରଣାସୀର ବିଭିନ୍ନ ମନ୍ଦିରରୁ ସାଇବାବାଙ୍କ ପ୍ରତିମାକୁ ହଟାଯାଉଛି। ପ୍ରଥମେ ସାଇବାବାଙ୍କ ମୂର୍ତ୍ତିକୁ କାଶୀ ବଡା ଗଣେଶ ମନ୍ଦିରରୁ ହଟାଇ ଦିଆଯାଇଥିଲା। ଏହାପରେ ପୁରୁଷୋତ୍ତମ ମନ୍ଦିରରୁ ବାବାଙ୍କ ପ୍ରତିମାକୁ ମଧ୍ୟ ହଟାଇ ଦିଆଯାଇଛି।

ଏହି କାର୍ଯ୍ୟ ସନାତନ ରକ୍ଷକ ଦଳ କରୁଥିବା ଜଣାପଡିଛି। ସୂଚନା ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୧୦ଟି ମନ୍ଦିରରୁ ସାଇବାବାଙ୍କ ମୂର୍ତ୍ତିକୁ ହଟାଇ ଦିଆଯାଇଛି। ସାଇବାବାଙ୍କ ପ୍ରତିମାକୁ ଏକ କପଡ଼ାରେ ଗୁଡ଼ାଇ ମନ୍ଦିରରୁ ବାହାର କରାଯାଉଛି। ଏହା ବ୍ୟତୀତ ଅନ୍ୟ ମନ୍ଦିରରୁ ମଧ୍ଯ ପ୍ରତିମା ହଟାଇବା ପାଇଁ ପ୍ରସ୍ତୁତି ଚାଲିଛି।

ଏନେଇ ସନାତନ ରକ୍ଷକ ଦଳ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଅଜ୍ଞାନତା କାରଣରୁ ସାଇବାବାଙ୍କ ପୂଜା କରୁଥିଲେ। ସାଇ ପ୍ରତିମାକୁ ପୂର୍ଣ୍ଣ ସମ୍ମାନ ସହିତ ଏବଂ ମନ୍ଦିର ପରିଚାଳନା କମିଟିର ଅନୁମତି ପରେ ହଟାଯାଉଛି।

ସେମାନେ ଆହୁରି ମଧ୍ଯ କହିଛନ୍ତି ଯେ ଶାସ୍ତ୍ର ଅନୁଯାୟୀ କୌଣସି ମନ୍ଦିରରେ ମୃତ ମଣିଷଙ୍କ ମୂର୍ତ୍ତି ସ୍ଥାପନ କରି ପୂଜା କରିବା ନିଷେଧ। ହିନ୍ଦୁ ଧର୍ମରେ କେବଳ ପାଞ୍ଚଟି ଦେବତା – ସୂର୍ଯ୍ୟ, ବିଷ୍ଣୁ, ଶିବ, ଶକ୍ତି ଏବଂ ଗଣପତିଙ୍କ ମୂର୍ତ୍ତି ସ୍ଥାପନ କରାଯାଇପାରିବ।

ତେବେ ଏହା ପୂର୍ବରୁ ଶଙ୍କରାଚାର୍ଯ୍ୟ ସ୍ବରୂପନନ୍ଦ ସରସ୍ୱତୀ ମଧ୍ୟ ସାଇ ପୂଜାକୁ ବିରୋଧ କରିଥିଲେ।

 

 

Leave A Reply

Your email address will not be published.