Latest Odisha News

BREAKING NEWS

ସ୍କୁଲ୍ ଫି ଦେବାରେ ବିଳମ୍ବ, ଛାତ୍ରଛାତ୍ରୀଙ୍କୁ ଖରାରେ ବସାଇଲେ ପ୍ରିନ୍ସିପାଲ୍

ଲକ୍ଷ୍ନୌ: ଠିକ୍ ସମୟରେ ସ୍କୁଲ୍ ଫି ଦେଲେନି ଅଭିଭାବକ। ଫଳରେ ଅଭିଭାବକମାନଙ୍କୁ ଶିକ୍ଷା ଦେବାକୁ ଯାଇ ପ୍ରିନ୍ସିପାଲ୍ ସ୍କୁଲ୍ ଫି ଦେଇନଥିବା ଛାତ୍ରଛାତ୍ରୀମାନଙ୍କୁ ସ୍କୁଲରୁ ବାହାର କରିଦେଲେ। ଟାଣ ଖରାରେ ଏବଂ ଅପମାନରେ ପିଲାମାନେ କାନ୍ଦି କାନ୍ଦି ମୁହଁ ଲୁଚାଉଥିବାର ଦେଖାଯାଇଥିଲା।

ବିଦ୍ୟାଳୟ ପକ୍ଷରୁ ଏକ ଭିଡିଓ ପ୍ରସ୍ତୁତ କରାଯାଇ କୁହାଯାଇଥିଲା, ବ୍ୟାଙ୍କ ଋଣର ଚାପ ବୃଦ୍ଧି ହେତୁ ସେମାନେ ଏଭଳି କରିଛନ୍ତି। ଯଦି ମାସର ୧୫ ତାରିଖ ସୁଦ୍ଧା ଫି’ ଦାଖଲ ନ କରିବେ, ତା’ହେଲେ ଦିନ ପିଛା ୫ ଟଙ୍କା ଲେଖାଏ ଫାଇନ ଦେବାକୁ ପଡ଼ିବ। ଯେଉଁମାନେ ଏହି ନିୟମକୁ ମାନିବେ, ସେମାନେ ନିଜ ପିଲାଙ୍କୁ ନିଜ ଘରେ ରଖି ଦିଅନ୍ତୁ।

ମଙ୍ଗଳବାର ଦିନ ଇଟାୱାସ୍ଥିତ ଶ୍ୟାମରାଜୀ ଉଚ୍ଚ ବିଦ୍ୟାଳୟରେ ଏଭଳି ଘଟଣା ଘଟିଥିଲା। ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ବିଦ୍ୟାଳୟରେ ପ୍ରାୟ ୪୦୦ ଛାତ୍ରଛାତ୍ରୀ ଅଧ୍ୟୟନ କରିଥାନ୍ତି।

ତେବେ ମଙ୍ଗଳବାର ସକାଳେ ପିଲାମାନେ ବିଦ୍ୟାଳୟରେ ପହଞ୍ଚିବା ପରେ ପ୍ରାୟ ୫୦ଜଣ ଛାତ୍ରଛାତ୍ରୀ ଫି ଦେଇନଥିବାରୁ ସେମାନଙ୍କୁ ସ୍କୁଲରେ ପ୍ରବେଶ କରାଇଦେଇନଥିଲେ। ଫଳରେ ପିଲାମାନେ ଟାଣଖରାରେ ରାସ୍ତାରେ ବସି ରହିଥିଲେ। ପ୍ରିନ୍ସିପାଲଙ୍କ ଏପରି କାର୍ଯ୍ୟକୁ ଜିଲ୍ଲାର ସ୍କୁଲ ଇନସପେକ୍ଟର ନିନ୍ଦା କରିଛନ୍ତି।

 

 

Leave A Reply

Your email address will not be published.