Latest Odisha News

ନିବେଶକଙ୍କୁ ନିମନ୍ତ୍ରଣ: ‘ଶିଳ୍ପ ହବ୍ ହେବ ଓଡିଶା’

ଭୁବନେଶ୍ବର: ପୁଣି ଅଗ୍ରଗତି ପଥରେ ଆଗେଇବ ଓଡିଶା । ଦେଶ ବିଦେଶ ସବୁଠି ଶିଖର ଛୁଇଁବ । ଦିଲ୍ଲୀରେ ନିବେଶକଙ୍କ ସହ ଆଲୋଚନା କରି ନିବେଶକଙ୍କୁ ଓଡିଶା ଆସିବାକୁ ନିମନ୍ତ୍ରଣ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡିଶାରେ ପୁଞ୍ଜି ବିନିଯୋଗ ନେଇ ସକରାତ୍ମକ ଆଲୋଚନା ହୋଇଛି । କିପରି ରାଜ୍ୟରେ ଅଧିକରୁ ଅଧିକ ବିଦେଶୀ ପୁଞ୍ଜି ନିବେଶ ହେବ ସେନେଇ ଆଲୋଚନା ଆଲୋଚନା ଫଳପ୍ରଦ ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୨୦୨୫ରେ ଓଡ଼ିଶାରେ ସର୍ବବୃହତ ଶିଳ୍ପ କନକ୍ଲେଭ ହେବାକୁ ଯାଉଛି । ସେମିକଣ୍ଡକ୍ଟର, ପେଟ୍ରୋକେମିକାଲସ୍‌, ଆଇଟି, ଗ୍ରୀନ ଏନର୍ଜି, ଇଲୋକଟ୍ରୋନିକ୍ସ, ଫୁଡ୍ ପ୍ରୋସେସିଂରେ ବିନିଯୋଗ ସମ୍ଭାବନା ଅଧିକ ରହିଛି । ୨୦୪୭ରେ ବିକଶିତ ଓଡ଼ିଶା ଗଠନରେ ଏହା ଦୃଢ଼ ମୂଳଦୁଆ ପକାଇବ । କେନ୍ଦ୍ର ଓ ରାଜ୍ୟର ମିଳିତ ସହଯୋଗରେ ଶିଳ୍ପ ହବ୍‌ ହେବାକୁ ଯାଉଛି ଓଡ଼ିଶା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.