Latest Odisha News

ଦୁର୍ଗାପୂଜାରେ ଏହି ସର୍ତ୍ତ ସହ ଡିଜେ ପାଇଁ ଅନୁମତି ଦେଲେ ହାଇକୋର୍ଟ

କଟକ: ଆଜି ଠାରୁ ଆରମ୍ଭ ହୋଇଛି ଶାରଦୀୟ ନବରାତ୍ରୀ । ମା’ଙ୍କ ପୂଜାର୍ଚ୍ଚନା ଚଳଚଞ୍ଚଳ ସମସ୍ତ ଦେବୀ ପୀଠ । ଅନ୍ୟପଟେ ମଣ୍ଡପ ଗୁଡିକରେ ମା’ଙ୍କ ପୂଜାର୍ଚ୍ଚନା ପାଇଁ ଚାଲିଛି ସାଜସଜ୍ଜା । ସପ୍ତମୀ ଠାରୁ ମଣ୍ଡପରେ ଆରମ୍ଭ ହୋଇଯିବ ମା’ଙ୍କ ପୂଜା । ଏହି ଅବସରରେ ଦୁର୍ଗା ପୂଜାକୁ ନେଇ ଏକ ରାୟ ପ୍ରକାଶ କରିଛନ୍ତି ହାଇକୋର୍ଟ ।

ହାଇକୋର୍ଟ କହିଛନ୍ତି ଯେ, ପାର୍ବଣରେ ତଥା ଭସାଣି ବେଳେ ଡିଜେ ବଜାଇବାକୁ ଅନୁମତି ଦିଆଯିବ । ହେଲେ ଏହା ଯେପରି ଅନ୍ୟକୁ କ୍ଷତି ନପହଞ୍ଚାଏ ସେନେଇ ଏହା ୬୫ ଡେସିବେଲ ଭିତରେ ରହିବ ।

ଏହା ବ୍ୟତୀତ ରାସ୍ତାଘାଟ ମରାମତି ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି । ଆସନ୍ତା ୭ ଦିନ ଭିତରେ ରାସ୍ତାଘାଟ ଠିକ୍ କରିବାକୁ ଦେଲେ ନିର୍ଦ୍ଦେଶ ଦେଇଛନ୍ତି । ରାସ୍ତା ଉପରେ ତୋରଣ ନିର୍ମାଣ ଉପରେ ମଧ୍ୟ ତାଗିଦ କରିଛନ୍ତି । ସ୍ଥାନୀୟ ଅଞ୍ଚଳରେ ଯେଭଳି ଟ୍ରାଫିକ ସମସ୍ୟା ସୃଷ୍ଟି ନ ହେବ ଏବଂ ଧନ ଜୀବନ ସୁରକ୍ଷିତ ରହିବ ସେଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ପୂଜା କମିଟି ସଦସ୍ୟମାନଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.